ସାତ ଜନ୍ମର ସାଥି
ସାତ ଜନ୍ମର ସାଥି
ଅଗ୍ନି ଚାରିପାଖେ ସାତଘେରା ବୁଲି
ଶପଥ ସେ ନେଇଥାଏ,
ସାତ ଜନ୍ମ ପାଇଁ ସାଥି ହେବା ପାଇଁ
କଥା ସେ ଯେ ଦେଇଥାଏ ।
ନିଜର ସଭିଙ୍କୁ ପରି କରି ପୁଣି
ଧରେ ସେ ହାତ ପତିର ,
ସ୍ବାମୀ ଜୀବନକୁ ପ୍ରେମରେ ରଙ୍ଗାଏ
ପରକୁ କରି ନିଜର ।
ପତି ପାଇଁ ପୁଣି ନିତି ଦ୍ବୀପ ଜାଳେ
ମନ୍ଦିର ପାହାଚେ ଯାଇ,
ଖୁସିରେ ସଭିଏଁ ଗଗନେ ଉଡନ୍ତି
ସରଗକୁ ପାଶେ ପାଇ ।
ସ୍ତ୍ରୀ ପତ୍ନୀ ପୁଣି ଅର୍ଦ୍ଧାଙ୍ଗିନୀ ସତେ
ଅନେକ ନାମ ତାହାର ,
ସେଇ ନାମେ ସତେ ଅମୃତ ଭରିଛି
ବିଭୁଙ୍କ ଦାନ ଅପାର ।
ନିଜର ଖୁସିକୁ ଜଳାଞ୍ଜଳି ଦେଇ
ହସେ ସେହି ଅନ୍ଯ ପାଇଁ ,
ସ୍ବାମୀ ପାଶେ ପୁଣି ସର୍ବସ୍ଵ ସମର୍ପି
ସବୁ ସୁଖ ତାଙ୍କୁ ଦେଇ ।
ଶାଶୁ ଶ୍ବଶୁରଙ୍କ ସେବା କରିଥାଏ
ତାଙ୍କ ଭଲମନ୍ଦ ଦେଖି ,
ସ୍ବାମୀ ସନ୍ତାନଙ୍କ ସୁଖ ମନାସଇ
ବିଭୁ ପାଦେ ଲୟ ରଖି ।

