STORYMIRROR

Sunanda Mohanty

Abstract

2  

Sunanda Mohanty

Abstract

ସାରସ୍ୱତ

ସାରସ୍ୱତ

1 min
110

କେତେ ଥର ଭାବିଲିଣି ଦେଖି ଯିବି କାଳିଆସାଆନ୍ତେ, ଏଇ ବସନ୍ତେ, ଶୀତ ଯାଉ ଫେରି ତା ବାଟରେ, ହେଲେ ମୁଁ ଦେଖୁଛି ଶୀତ ହେଉ ଅବା ଶରତ ପୁଣି ହେମନ୍ତ ଅବା ଅନ୍ୟ ଋତୁସମେସ୍ତେ , ବେଢ଼ୀ ରହିଛନ୍ତି ବସନ୍ତ ସାଥେ. ସର୍ବେ କାଳିଆ ବୋଲିକି ଡାକନ୍ତି, ପିକ ବି ସୁମଧୁର ସ୍ବରେ ଗାଆନ୍ତି ନବ ବସନ୍ତେ, ଡୋରି ଲାଗୁଛି କି ନାହିଁ ତୁମ୍ଭେ ଜାଣ ଜଗତନାଥେ. କି ମାଗିବି ଅବା ପ୍ରଭୁ ହେ ତୁମକୁ କିବା ଅଛି ଗୋପନ ଅବା ଗୁପତେ, ମନ ଧନ ଜନ ଜ୍ଞାନ ଓ ବିଜ୍ଞାନ ଯାହା ଦେଇଅଛ ମତେ ମରତେ, ସେସବୁକୁ ଘଣ୍ଟ ଘୋଡାଇ ରଖିବାକୁ ମାଗେ ଆର୍ଶୀବାଦ ପଣତେ. 

        ପଣତ ମୋ ଛୋଟ ଭାବରେ ଅଭାବ କେତେହେଁ ସ୍ନେହମମତା ରେ ସେ ସାରସ୍ୱତ, ସେଇ ପଣତ ରେ ଗଣ୍ଠି ପଡିଛି ହେ ପ୍ରଭୁ ତମକୁ ମିଛ ହେଲେ ମତେ ତ ସତ. ଭକ୍ତଦାସିଆବାଉରୀ, ଭକ୍ତ ସାଲବେଗ, ଭକ୍ତବନ୍ଧୁମାହାନ୍ତି ପରିକା ନୁହଁ ମୁଁ ସତ ହେଲେ ମୁଁ ଖୁଦରଂକୁଣି ତୁମ ଭାଇଭଉଣୀ ଙ୍କ କଥା କେଡେ ଶାଶ୍ୱତ. ଦେଖି ଶୁଣି ଶିଖୁ ଏ କଳିଯୁଗରେ ସଭିଏଁ ଆନ୍ତରିକତା ର କି ଯେ ମହତ୍ୱ. ଗଣ୍ଠି ମୋ ଫିଟିବ ଯେ ଦିନ ଦର୍ଶନ କରିବି ଜଗତନାଥ, ଥାଉ କି ନଥାଉ ଋତୁ ବସନ୍ତ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract