STORYMIRROR

Sangita Mishra Satapathy

Children

4  

Sangita Mishra Satapathy

Children

ସାରା ଜଗତେ ଶ୍ରେଷ୍ଠ

ସାରା ଜଗତେ ଶ୍ରେଷ୍ଠ

1 min
219

ରାଇଜ ଆମ ଓଡିଶା ପରା

ଓଡିଆ ଆମ ଭାଷା

ମହୁ ଠାରୁ ବି ଆହୁରି ମିଠା

ଏଇ ମୋ ମାତୃଭାଷା


କହିଲି ଯେବେ ପହିଲେ କଥା

ମାଆ ଡାକିଲି ଆଗ

ମାଆ ପରି ତ ମାତୃଭାଷା 

ସାରା ଜଗତେ ଶ୍ରେଷ୍ଠ


ମାତୃଭାଷା ଯାହାର ସମୃଦ୍ଧ 

ସମୃଦ୍ଧ ସେଇ ରାଜ୍ୟ 

ସମୃଦ୍ଧ ଆମ କଳା,ସାହିତ୍ୟ 

ଦେଶ ବିଦେଶେ ଖ୍ଯାତ


ବିଭିନ୍ନ ଭାଷା ଶିଖିବା ଆମେ

ବଢିବ ଆମ ଜ୍ଞାନ

କେବେ ବି ଆମେ ଭାବିବା ନାହିଁ 

ମାତୃଭାଷା କୁ ହୀନ


ଆମରି ଭାଷା ଆମ ସାହିତ୍ୟ 

ଆମରି ସ୍ବାଭିମାନ 

ସ୍ବାଭିମାନକୁ ଭୁଲିବା ଯଦି 

ମିଳିବ କି ସମ୍ମାନ


କହି ଓଡିଆ ପଢି ଓଡିଆ 

ନିଇତି ଓଡିଆ ଲେଖ

ତାହେଲେ ସିନା ମାତୃଭାଷା ର

ରହିବ ପିଲେ ଟେକ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children