STORYMIRROR

Sagar Kumar Parida

Abstract

3  

Sagar Kumar Parida

Abstract

ସାଙ୍ଗର ସର୍ତ୍ତ

ସାଙ୍ଗର ସର୍ତ୍ତ

1 min
12


ସର୍ତ୍ତ ଥିଲା ଭେଟ ହେବା

ନଦୀକୂଳ କଦମ୍ବ ମୂଳରେ

ଖେଳୁଥିଲେ ପିଲାବେଳେ

ଯାହାରି ଡାଳରେ।।


ଗ୍ରାମ ଛାଡି ଗଲୁ ତୁହିଁ

କେତେ ନଦୀ ପାହାଡକୁ ଡେଇଁ

ଗଲାବେଳେ ବାରୁଣୀରେ

ଅଂଶୁମାନଙ୍କର ଅଂଶୁ

ପଡୁଥିଲା ହୋଇଣ ବିଛାଇ।।


କେତେ ବର୍ଷ ହୋଇଗଲା

ଦେଖା ନାହିଁ ତଵ

ଚାହିଁ ରହିଛି ତୁମକୁ

କେଉଁଦିନ ସର୍ତ୍ତମତେ

ତୁମେ ଯେ ଫେରିବ।।


ପୂର୍ବର ସେ ବନ୍ଧୁତ୍ୱ ଆମର

ହୋଇଯିବ ପୁଣି ଉଦ୍ ଜୀଵିତ୍

ଫେରିଯିବା ସେ ଅତୀତ ସମୟେ

ଯାହା ପାଇଁ ମନ ବ୍ୟାକୁଳିତ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract