ସାଙ୍ଗର ସର୍ତ୍ତ
ସାଙ୍ଗର ସର୍ତ୍ତ


ସର୍ତ୍ତ ଥିଲା ଭେଟ ହେବା
ନଦୀକୂଳ କଦମ୍ବ ମୂଳରେ
ଖେଳୁଥିଲେ ପିଲାବେଳେ
ଯାହାରି ଡାଳରେ।।
ଗ୍ରାମ ଛାଡି ଗଲୁ ତୁହିଁ
କେତେ ନଦୀ ପାହାଡକୁ ଡେଇଁ
ଗଲାବେଳେ ବାରୁଣୀରେ
ଅଂଶୁମାନଙ୍କର ଅଂଶୁ
ପଡୁଥିଲା ହୋଇଣ ବିଛାଇ।।
କେତେ ବର୍ଷ ହୋଇଗଲା
ଦେଖା ନାହିଁ ତଵ
ଚାହିଁ ରହିଛି ତୁମକୁ
କେଉଁଦିନ ସର୍ତ୍ତମତେ
ତୁମେ ଯେ ଫେରିବ।।
ପୂର୍ବର ସେ ବନ୍ଧୁତ୍ୱ ଆମର
ହୋଇଯିବ ପୁଣି ଉଦ୍ ଜୀଵିତ୍
ଫେରିଯିବା ସେ ଅତୀତ ସମୟେ
ଯାହା ପାଇଁ ମନ ବ୍ୟାକୁଳିତ।।