ସାମଞ୍ଜସ୍ୟ
ସାମଞ୍ଜସ୍ୟ
ଦୁଃଖ ଦୈନ୍ୟ ଯାତନା ମହାମାରୀ
ବିଭୀଷିକା ସୁନାମୀ ସବୁ ପର୍ବତ ପରି
ମଣିଷ ଗାତଖୋଳେ ବଞ୍ଚେ ମୂଷା ପରି
ମୂଷା ଗଣେଶଙ୍କ ବାହାନ, ଏତେ ସରି
ମଣିଷ ଭକ୍ତ ଭାବି ହସେ କିରିକିରି
ମୂଷା ଯନ୍ତାରେ ପଡି ମଲା ପରି
ମଣିଷ ଖୋଜେ ଆଶ୍ରୟ ମଲାନଇକୁ
ଭାବି ପଦ୍ମ ବନ ବନାନୀ ପୋଖରୀ
ମୂଷା କୁ ଧରି ଜଙ୍ଗଲରେ ଛାଡିଲା ପରି
ମଣିଷ ଖୋଜେ ପତର ମୁହଁରେ ସୁଅ ସରି
ମୂଷା କାଟେ ସବୁ ଛିନଛତ୍ର କରି ସବୁରି
ମଣିଷ ଆବର୍ଜ୍ଜନା ସୃଷ୍ଟି କରେ କୁଢ଼ କୁଢ଼ କରି
ମୂଷା ଘଡ଼ିଏ ବଞ୍ଚିବାକୁ ଉଦ୍ୟମ ରଖେ ଜାରି
ମନୁଷ୍ୟ ମାନବିକତା ଖୋଜୁଛି କସ୍ତୁରୀ ମୃଗ ପରି
ମୂଷା ବୋହିନେଉଥାଏ କୁଟ କୁଟ କାଟି ଭାର ଭରି
ମଣିଷ ସ୍ୱର୍ଥକୁ ଜାବୁଡ଼ି ହୁଏ ଏତେ ସରି
ମୂଷା ଓ ମଣିଷ ଭିତରେ ସାମଞ୍ଜସ୍ୟ ଏକାପରି
ପାର୍ଥକ୍ୟ ବିଧାତା ଗଢ଼ିଛନ୍ତି କଥା କୁହେ ମଣିଷ ଭାରି ।
