STORYMIRROR

Sunanda Mohanty

Abstract Drama Thriller

3  

Sunanda Mohanty

Abstract Drama Thriller

ସାମଞ୍ଜସ୍ୟ

ସାମଞ୍ଜସ୍ୟ

1 min
158


ଦୁଃଖ ଦୈନ୍ୟ ଯାତନା ମହାମାରୀ

ବିଭୀଷିକା ସୁନାମୀ ସବୁ ପର୍ବତ ପରି

ମଣିଷ ଗାତଖୋଳେ ବଞ୍ଚେ ମୂଷା ପରି

ମୂଷା ଗଣେଶଙ୍କ ବାହାନ, ଏତେ ସରି

ମଣିଷ ଭକ୍ତ ଭାବି ହସେ କିରିକିରି

ମୂଷା ଯନ୍ତାରେ ପଡି ମଲା ପରି

ମଣିଷ ଖୋଜେ ଆଶ୍ରୟ ମଲାନଇକୁ

ଭାବି ପଦ୍ମ ବନ ବନାନୀ ପୋଖରୀ

ମୂଷା କୁ ଧରି ଜଙ୍ଗଲରେ ଛାଡିଲା ପରି

ମଣିଷ ଖୋଜେ ପତର ମୁହଁରେ ସୁଅ ସରି

ମୂଷା କାଟେ ସବୁ ଛିନଛତ୍ର କରି ସବୁରି

ମଣିଷ ଆବର୍ଜ୍ଜନା ସୃଷ୍ଟି କରେ କୁଢ଼ କୁଢ଼ କରି

ମୂଷା ଘଡ଼ିଏ ବଞ୍ଚିବାକୁ ଉଦ୍ୟମ ରଖେ ଜାରି

ମନୁଷ୍ୟ ମାନବିକତା ଖୋଜୁଛି କସ୍ତୁରୀ ମୃଗ ପରି

ମୂଷା ବୋହିନେଉଥାଏ କୁଟ କୁଟ କାଟି ଭାର ଭରି

ମଣିଷ ସ୍ୱର୍ଥକୁ ଜାବୁଡ଼ି ହୁଏ ଏତେ ସରି

ମୂଷା ଓ ମଣିଷ ଭିତରେ ସାମଞ୍ଜସ୍ୟ ଏକାପରି

ପାର୍ଥକ୍ୟ ବିଧାତା ଗଢ଼ିଛନ୍ତି କଥା କୁହେ ମଣିଷ ଭାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract