STORYMIRROR

Padmalaya Mishra

Inspirational

2  

Padmalaya Mishra

Inspirational

ସାହିତ୍ୟର ଚକ୍ରବ୍ୟୁହ

ସାହିତ୍ୟର ଚକ୍ରବ୍ୟୁହ

1 min
14K


ମୁଁ ଅଭିମନ୍ୟୁ

ଏ ସାହିତ୍ୟ ଜଗତର

ଧସେଇ ପଶିଛି ଚକ୍ରବ୍ୟୁହରେ

ସମ୍ବାଦରେ ରହିବା ଆଶାରେ

ମନ କଳିକା ମୋ

ଲେଖୁଥିଲା ରଫ୍ ଖାତାରେ

ଆସୁଥିଲା ଯାହା ମନକୁ

ପଢ଼ିଲା ପରେ

ଫକୀରମୋହନ ରାଧାନାଥ

ଆଉ ପ୍ରତିଭା ବିଭୂତି ଭୂଷଣଙ୍କୁ

କେତେବେଳେ ସଉକ ପାଲଟିଛି ନିଶା

ନିଜେ ମୁଁ ଜାଣିନି

ଚକ୍ରବ୍ୟୁହରେ ପ୍ରବେଶି ଚଳାଏ ଲେଖନୀ

ପ୍ରସ୍ଫୁଟିତ ହେବାର ପ୍ରୟାସେ

ଲୋଡ଼ିଛି କୃଷ୍ଣଙ୍କ ଆଶିଷ

ଅର୍ଜୁନ ବି ଦେଇଛନ୍ତି ଜ୍ଞାନର ପୀୟୁଷ

ହେଲେ ଦେଖୁଛି ଏବେ

ଜଗିଛନ୍ତି ଚକ୍ରବ୍ୟୁହରେ

କର୍ଣ୍ଣ ଦୁର୍ଯ୍ୟୋଧନ ଶକୁନି

ସବୁ କବଳିତ କଳିର

ହୋଇ ବି ମହାଜ୍ଞାନୀ

ତିଷ୍ଠିବାର ଆଶା ତେଜିନାହିଁ ମନୁ

କଲମ ମୁନରୁ

ଛୁଟାଇ ଭାବନାର ଗଙ୍ଗା

ଉଠାଇବି ଚେଇଁ ଶୋଇଥିବା

ଧୃତରାଷ୍ଟ୍ରକୁ . . . .

ପଛେ ହାରେ ଜୀବନ

ଅଣନିଃଶ୍ବାସୀ ହୋଇ ଚକ୍ରବ୍ୟୁହରେ . . ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational