ସାହିତ୍ୟିକ ଓ ସାମ୍ବାଦିକ
ସାହିତ୍ୟିକ ଓ ସାମ୍ବାଦିକ
ସାହିତ୍ୟିକ ପୁଣି ସମ୍ବାଦିକ ଦୁହେଁ
ଅଟନ୍ତି ଯେ ନିରୀକ୍ଷକ
ସଦାସରବଦା ସାଜି ଥାନ୍ତି ସେତ
ହେବାକୁ ଲୋକ ଶିକ୍ଷକ ।
ସାହିତ୍ୟିକଟିଏ ସୂକ୍ଷ୍ମ ଦୃଷ୍ଟି ଦେଇ
ଶବ୍ଦକୁ ଶବଦ ଛନ୍ଦି
ସରଜି କବିତା ମନ ମୁଗ୍ଧକର
ହୃଦୟକୁ କରେ ବନ୍ଦୀ ।
ସମାଜର ଟିକି ନିକି ଖବରକୁ
ସାହିତ୍ୟର ଆଧାରରେ
ପରକାଶ କରି ଥାଏ ସାହିତ୍ୟିକ
ତାର ଲେଖନୀ ମୁନରେ ।
ସାମ୍ବାଦିକ ତାର କଲମ ଚଳାଇ
ଦିଲ୍ଲୀରୁ ପଲ୍ଲୀ ଖବର
ସମାଜ ଆଗରେ ତୋଳି ଥୋଇ ଥାଏ
ହୋଇ ବାକୁ ପ୍ରତିକାର ।
ଲେଖାରେ ଲେଖାରେ ଉଭୟ ମାହିର
କରିଥାନ୍ତି ସଚେତନ
ଆମୋଦ ପ୍ରମୋଦ ଯୁଦ୍ଧ ବିଭୀଷିକା
ଦେଇଣ ଥାନ୍ତି ଆହ୍ବାନ ।
ଶୋଷଣ ତୋଷଣ ବିରୁଦ୍ଧରେ କରି
ସ୍ବରକୁ କରି ଶାଣିତ
ନିର୍ଭୟେ ପ୍ରକାଶ କରି ଚାଲିଥାନ୍ତି
ନହୋଇଣ କେବେ ଭୀତ ।
ସୁସ୍ଥ ସମାଜର ଦୁ଼ଃଖର ସୁଖର
ସାହିତ୍ୟିକ ସାମ୍ବାଦିକ
ସେଥି ପାଇଁ ଦୁହେଁ ପ୍ରକୃତରେ ବନ୍ଧୁ
ମାନ୍ୟତା ଦିଅନ୍ତି ଲୋକ ।
ଦୁହିଁଙ୍କ ଲେଖନୀ ମୁନ ଚାଳନାରେ
ରହିଛି ଯେତେ ଶକତି
କ୍ଷଣକ ମଧ୍ୟରେ ଦୋହୋଲିଵ ଧରା
ଜାଣିଛି ସମଗ୍ର କ୍ଷିତି ।