STORYMIRROR

Chittaranjan Nanda

Inspirational

4  

Chittaranjan Nanda

Inspirational

ସାହିତ୍ୟିକ, କୀର୍ତ୍ତି ରଖ ମହୀ ତଳେ

ସାହିତ୍ୟିକ, କୀର୍ତ୍ତି ରଖ ମହୀ ତଳେ

1 min
176


ଛଳନାର ସୌଧରେ, ହୃଦୟେ ଆମ୍ଭର

ବ୍ୟକ୍ତବ୍ୟେ ଶ୍ରବଣେ ପୁରିଛି ମିଥ୍ୟାର ଜହର 


ଆଜି କର୍ପୂର ଉଡ଼ିଯାଇଛି, କନା ପଡ଼ିଅଛି 

ସଂସ୍କୃତି, ପରମ୍ପରା ନାମରେ ଏଠି ବଞ୍ଚିଛି 


ଜଳୁଛେ ଅହରହ, ନାହିଁ ମନରେ ବିଶ୍ୱାସ 

କାଳିମାରେ ଭର୍ତ୍ତି, ନାହିଁ ତ ହସର ପରଶ


ହେଉଛି ମନରେ ଉତ୍ତପ୍ତ ଲାର୍ଭାର ଉଦ୍ଗିରଣ

ମହାସଙ୍କଟରେ ପଡିଛି ତ ସାଧାରଣ ଜୀବନ 


ଅତି କଳୁଷିତ ସମସ୍ତଂକ ହୃଦୟ ହୋଇଛି 

ବିନୟ ଆଚରଣ ଉଚ୍ଚାରଣ ମନୁଷ୍ୟ ଭୁଲିଛି


ନାହିଁ ପବିତ୍ର ଜୀବନ ଯାପନର ମହନୀୟତା 

ଭରିଛି ହୃଦୟରେ କାଳିମା ଓ ପାପର ଛିଟା


ହୃଦୟ ଖୋଜୁଛି ସର୍ବଦା ସ୍ୱଚ୍ଛତା ଓ ପବିତ୍ରତା  

ଦୂର କରିବାକୁ ହେବ ମନୁ ଯେତେ ଆବିଳତା 


ହେ ସୃଜନୀର ବାର୍ତ୍ତାଵହ,


ତୁମେ ଅଟ ସ୍ରଷ୍ଟା, ଦିବ୍ୟଦ୍ରଷ୍ଟା, ପୂଜ୍ୟ କାଳେ କାଳେ

ସାହିତ୍ୟର ଦକ୍ଷ କାରିଗର, କୀର୍ତ୍ତି ରଖ ମହୀ ତଳେ


ଶାଶ୍ୱତ ଚିରନ୍ତନ ପ୍ରେମ, ସମ୍ପର୍କେ ଆଣେ ନିବିଡ଼ତା

ମମତାର ଆକର୍ଷଣ ହୃଦୟର କଥା, ହେଉ ବାର୍ତ୍ତା


ଆସ, ସତ୍ୟ ସଂସ୍କୃତିର ସମ୍ମାନକୁ ବଢେଇବା

ଏ ଜାତିର ମାନ ସମ୍ମାନକୁ ବଜାୟ ରଖିବା 


ଜୀବନର ମୂଲ୍ୟବୋଧ, ନିଜ ଗୋଡ଼େ ଠିଆ ହେବା  

ମାଗି ଆଣିବା ତିଅଣ ସୁଡୁକେ, ମାଗିଖିଆ ନହେବା


ନବ ସଂକେତ ପାଇଁ ଆମେ ନେବାରେ ଶପଥ,

ଗାଇବା ଶାନ୍ତିର ଗୀତ, ଜୀବନେ ଭୁଲିଵାନି ପଥ

 

ମାଟି ପାଇଁ, ମଣିଷ ପାଇଁ ସର୍ଵେ ଆଗଭର ହେବା

ଭଲ ମଣିଷ ହେବା, ନବ ସଂକେତ ସ୍ୱର ବୋଲିବା


ସୁନ୍ଦର ସମ୍ପର୍କ ରଜ୍ଜୁରେ ସମସ୍ତଂକୁ ବାନ୍ଧିଣ ପାରିବା

ତେବେ ଯାଇ ଓଡ଼ିଆ ସବୁଠୁ ବଢିଆ, ବୋଲାଇବା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational