ସାହାରାର ଲମ୍ବା ହାତଟିଏ
ସାହାରାର ଲମ୍ବା ହାତଟିଏ
ସାହାରାର ଲମ୍ବା ହାତଟିଏ
ଆଶ୍ରୟର ଅଭିନବ ରାହା
ଲୁହ, ଲହୁ, ଯନ୍ତ୍ରଣାର ମୂକ ସାକ୍ଷୀ
ଭରସାର ଆଉ ଏକ ନାଆଁ ।
ଶରୀର ନୁହେଁ ତାର
କେବଳ ଚାରି କାନ୍ଥ,
କବାଟ, ଝରକା କି ଛାତ
ବିଶ୍ଵାସର ଶେଷ ବନ୍ଧ ସିଏ
ନିଶ୍ଵାସର ଅନ୍ତଃ ସ୍ଵର ଆଃ ।
ବାଆକୁ ବତା ଖଣ୍ଡିଏ
ଖରାକୁ ସେ ଛତା
ଜନମ ଠାରୁ ମରଣ
କହେ କେତେ କଥା ।
ଝାଞ୍ଜି ଖରା, ଝଡ଼ ବର୍ଷା
ହାଡ଼ ଭଙ୍ଗା ଶୀତ କବଳରୁ
ସୁରକ୍ଷା ସେ ଦିଏ ସଦା
ଅସୁବିଧା ଆସିବା ଆଗରୁ ।
ସରଗ ଠୁଁ ସୁନ୍ଦର ସେ
ପୁଣ୍ୟର ପବିତ୍ର ଧାମ
ମମତା ମନ୍ଦିରଟିଏ
ମର୍ତ୍ତ୍ୟରେ ପାରିଜାତ ସମ ।
ସୁଖ, ଶାନ୍ତି, ଦୟା, କ୍ଷମା
ସଂସ୍କାରରେ ଭରା
ମାଟି, ଗୋଡ଼ି, ବାଲିରେ ତିଆରି
କେବଳ ଗୋଟେ ଘର ନୁହେଁ
ସମ୍ପର୍କର ତରୁ ଛାୟା ତଳେ
ପ୍ରେମର ଫଲଗୁ ଧାରା ।
