STORYMIRROR

Monalisa Swain

Tragedy

3  

Monalisa Swain

Tragedy

ପ୍ରେମ ଦିବସର ଉପହାର

ପ୍ରେମ ଦିବସର ଉପହାର

2 mins
834


ହେ ପ୍ରିୟତମ ମୋର.....

ମୋ ମନ ମନ୍ଦିର ର ଜୀବନ୍ତ ଠାକୁର

ପୁଷ୍ପରେ ପରିବେଷ୍ଟିତ

ଆଜି ତୁମରି ଶରୀର

କାହିଁକି ଢାଙ୍କିଛ ଦେହେ

ଧଳାର ଚାଦର ?

ଗଲାବେଳେ କଥା ଦେଇଥିଲ

ପ୍ରେମ ଦିବସରେ ଦେବ ନୂଆ ଉପହାର

କୁହ ପ୍ରିୟ!

ଇଏ କଣ ମୋ ପାଇଁ

ପ୍ରେମ ଦିବସର ଉପହାର....?

ବାହା ହୋଇ ମୋତେ

ଆଣିଥିଲ ଘରକୁ ତୁମର.

ହାତେ ହାତ ରଖି

କଥା ଦେଇଥିଲ ମୋର .

ଦୁହେଁ ମିଶି ସଜାଡ଼ିବା

ଆମ ଛୋଟ ଘର l

ହେଲେ ଅଧା ରଖି ସବୁ କଥା

ହୋଇଗଲ ଦୂର.

ମୋ ମୁଣ୍ଡରେ ଲଦି ଦେଇ

ତୁମ ପରିବାର.

କେମିତି ମୁଁ ଏକା ଏକବୋହିବି ଏତେ ବଡ଼ ଭାର?

ତୁମ ସ୍ଵପ୍ନ କୁ କେମିତି

କରିବି ସାକାର?

କୁହ ପ୍ରିୟ!

ଇଏ କଣ ମୋ ପାଇଁ

ପ୍ରେମ ଦିବସ ର ଉପହାର.....?

ସାତ ଜନ୍ମ ପାଇଁ ସାଥୀ ହୋଇ

ରହିବାର କଥା ଦେଇଥିଲ,

ଅଧା ବାଟେ ମୋତେ ଆଜି

ଛାଡି ଚାଲିଗଲ l

ଆଖିରେ ମୋ ନୂଆ ସ୍ଵପ୍ନ ଭରି

ସ୍ଵପ୍ନ ଆରମ୍ଭ ରୁ ଆଖି ବୁଜିଦେଲ l

ତୁମ ବିନା ସାଥୀ

ସବୁ ଲାଗୁଛି ଅନ୍ଧାର,

ଲାଗୁଛି ନିଶ୍ଵାସ ମୋର

ତେଜିବ ଶରୀର l

କୁହ ପ୍ରିୟ!

ଇଏ କଣ ମୋ ପାଇଁ

ପ୍ରେମ ଦିବସ ର ଉପହାର......?

କହୁଥିଲ ମୁଁ କାଳେ

ବହୁତ ସୁନ୍ଦର,

ତୁମ ବାହୁ ଛାୟା ତଳେ

ସ୍ଵର୍ଗ ସୁଖ ମୋର

ହେଲେ ଅଜଣାତେ ଛଡ଼ାଇଲ

ସଙ୍ଖା ମୋ ହାତର l

ଅକାଳେ ଲିଭେଇ ଦେଲ

ମୋ ସିନ୍ଦୂର ଗାର l

ଦେଖ!

ଶ୍ରୀହୀନ ଦିଶୁଛି

ଆଜି ଶୂନ୍ୟ ସିନ୍ଥି ମୋର,

ଲୁହରେ ଭାସୁଛି ତୁମ

ଛୋଟିଆ ନଅର l

କୁହ ପ୍ରିୟ!

ଇଏ କଣ ମୋ ପାଇଁ

ପ୍ରେମ ଦିବସ ର ଉପହାର......?

ଦେଶ ସେବା କରିବାକୁ

ଯାଇଥିଲ ବୀର,

ଆତଙ୍କି ଙ୍କ ବିଦ୍ୱେଷ ର

ହୋଇଲ ଶିକାର,

ଫେରିବାକୁ କଥା ଦେଇ

ଚାଲି ଗଲ ବହୁ ଦୂର l

ଚିର ନିଦ୍ରାରେ ଶୋଇଲ

ଛାଡି ହାତ ମୋର l

ଚୁନା ହେଇଗଲା ମୋର

ସୁନା ର ସଂସାର l

କୁହ ପ୍ରିୟ!

ଇଏ କଣ ମୋ ପାଇଁ

ପ୍ରେମ ଦିବସ ର ଉପହାର.....?

କାହିଁକି ଦେଉନ ମୋ ପ୍ରଶ୍ନର ଉତ୍ତର?

ଚୁପ୍ ଅଛ କାହିଁକି?

ହେ ଫଉଜି ବୀର l

ଶୁଣି ପାରୁଛ?

ତୁମ ବିୟୋଗ ରେ ଚଉଦିଗେ

ହାଃ ହାଃ କାର l

ପ୍ରତିଶୋଧର ଅଗ୍ନି ରେ

ଜଳୁଛି ଏ ରାଷ୍ଟ୍ର,

ତୁମ ନାମେ ଶୁଭୁ ଅଛି

ଜୟ ଜୟକାର,

ତୁମ ବଳିଦାନ କେବେ

ଯିବନି ବେକାର l

ନର ହନ୍ତା ରାକ୍ଷସ ଙ୍କ

ହୋଇବ ସଂହାର l

ଫଳ ମିଳିବ ତାଙ୍କ କଲା କର୍ମ ର I

ହେଲେ କଣ ହେବ ମୋର?

ତୁମକୁ କଣ ମୁଁ ଆଉ ଫେରି ପାଇବି?

ତୁମ ବିନା ପାଲଟିଛି

ମୁଁ ଆଜି ପଥର l

କୁହ ପ୍ରିୟ!

ଇଏ କଣ ମୋ ପାଇଁ

ତୁମ ପ୍ରେମ ଦିବସର ଉପହାର.....?



.........::::::...........

*


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy