ଘର
ଘର
1 min
442
ସାହାରା ର ଲମ୍ବା ହାତ ଟିଏ
ଆଶ୍ରୟ ର ଅଭିନବ ରାହା
ଲୁହ, ଲହୁ, ଯନ୍ତ୍ରଣା ର ମୂକ ସାକ୍ଷୀ
ଭରସା ର ଆଉ ଏକ ନାଆଁ l
ଶରୀର ନୁହେଁ ତାର
କେବଳ ଚାରି କାନ୍ଥ,
କବାଟ, ଝରକା କି ଛାତ
ବିଶ୍ଵାସ ର ଶେଷ ବନ୍ଧ ସିଏ
ନିଶ୍ଵାସ ର ଅନ୍ତଃ ସ୍ଵର ଆଃ l
ବାଆ କୁ ବତା ଖଣ୍ଡିଏ
ଖରାକୁ ସେ ଛତା
ଜନମ ଠାରୁ ମରଣ
କହେ କେତେ କଥା l
ଝାଞ୍ଜି ଖରା, ଝଡ଼ ବର୍ଷା
ହାଡ଼ ଭଙ୍ଗା ଶୀତ କବଳରୁ
ସୁରକ୍ଷା ସେ ଦିଏ ସଦା
ଅସୁବିଧା ଆସିବା ଆଗରୁ l
ସରଗ ଠୁଁ ସୁନ୍ଦର ସେ
ପୁଣ୍ୟ ର ପବିତ୍ର ଧାମ
ମମତା ମନ୍ଦିର ଟିଏ
ମର୍ତ୍ତ୍ୟ ରେ ପାରିଜାତ ସମ l
ସୁଖ, ଶାନ୍ତି, ଦୟା, କ୍ଷମା
ସଂସ୍କାର ରେ ଭରା
ମାଟି, ଗୋଡ଼ି, ବାଲି ରେ ତିଆରି
କେବଳ ଗୋଟେ ଘର ନୁହେଁ
ସମ୍ପର୍କ ର ତରୁ ଛାୟା ତଳେ
ପ୍ରେମ ର ଫଲଗୁ ଧାରା
