STORYMIRROR

Monalisa Swain

Romance

2  

Monalisa Swain

Romance

ତୁମ ପାଇଁ

ତୁମ ପାଇଁ

1 min
189

ତୁମେ କେମିତି ବୁଝିବ

ତୁମେ ମୋର ସବୁଠୁ ନିଜର

ଏ ମନ ଝୁରୁଛି ତୁମ ପାଇଁ ସାଥୀ

ଦେଖିବାକୁ ତୁମ ମୁହଁ ବାରମ୍ବାର


ଜାଣେନା କାହିଁକି ଭାବନା ରେ ମୋର

ଆସୁଛ ଯେ ପ୍ରତି ମୁହୂର୍ତ୍ତ ରେ

ତୁମ କଥା ଯେତେ ଭାବିଲେ ବି ମୋର

ଇଚ୍ଛା ହୁଏ ଭାବିବାକୁ ଆଉଥରେ


ତୁମ ପାଇଁ ସବୁ ବାଧା ଡେଇଁବାକୁ

ପ୍ରସ୍ତୁତ ଅଛି ମୁଁ ସବୁବେଳେ

ତୁମରି ପାଇଁ କି ଜନମିଛି ମୁହିଁ

ତୁମ ପାଇଁ ଦିନେ ମରି ପାରେ


ତୁମ ହାତ ଧରି ବାଟ ଚାଲିବାକୁ

ଏ ମନରେ କେତେ ଅଭିଳାଷ

ଥରେ କୁହ କେବେ ପୁରଣ କରିବ

ଏ ସପନ ଆଉ ଅବଶୋଷ


କେବେ କୁହ ମୋତେ ବୋହୂ କରି ନେବ

ତୁମ ସାଥେ ତୁମରି ଘରକୁ

କେବେ ଭରିଦେବ ନାଲି ସିନ୍ଦୂର ରେ

ଖାଲି ପଡିଥିବା ମୋ ଶୂନ୍ୟ ସିନ୍ଥି କୁ


ତୁମରି ବାହୁରେ ଢଳି ପଡ଼ୁଥିବି

କାନ୍ଦି କାନ୍ଦି କୁନି ପିଲା ପରି

ଆଙ୍କି ଦେବ ତୁମେ ମୋ ମଥା ଉପରେ

ମିଠା ଚୁମ୍ବନ ଟେ ମନ ଭରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance