STORYMIRROR

Monalisa Swain

Others

2  

Monalisa Swain

Others

ପ୍ରକୃତି ମୋ ପ୍ରିୟା

ପ୍ରକୃତି ମୋ ପ୍ରିୟା

1 min
356

କୃଷ୍ଣ ଚୂଡ଼ା ପାଖୁଡା ରେ

ତୁମ ଅଧର ର ହସ,

ସାୟଂ କାଳ ଗୋଧୂଳି ରେ

ତୁମ ବଧୂ ବେଶ.....


ନବୀନ ଆମ୍ବ ବଉଳେ

ମହ ମହ ବାସ,

ଓଦା ସର ସର ଦେହେ

ତୁମ ନୀଳ ବସ୍ତ୍ର

ସତେ ଅବା! 

ପାହାନ୍ତି କାକର ଭିଜା

ଶ୍ୟାମଳୀତ କୁଶ......


ପ୍ରଭାତୀ ଭାସ୍କର ତୁମ

ସିନ୍ଥିରେ ସିନ୍ଦୂର,

ପୟରେ ପଇରି ଯେହ୍ନେ

ଶୀତଳ ସମୀର........


ବାଣୀ ନୁହେଁ ଭ୍ରମରୀ ର

ପ୍ରଥମ ପ୍ରହର,

କୁହୁ କୁହୁ ତାନେ ସେତ

କୋକିଳର ସ୍ଵର.........


କଜ୍ଜଳ ସଜଳ ତୁମ

ନୟନ ଯୁଗଳ,

ରାତ୍ରି ରାଣୀ ସେ ନୟନେ

ନିଦ୍ରା ଅବିକଳ..........


ମୁକୁଳିତ କେକି ପୁଚ୍ଛ

ଦିଶେ ଖୋଲା କେଶ,

ଗୋଟିଏ ଚାଉଳେ ଗଢା

ତୁମ ଆପାଦମସ୍ତକ,

ଆଖି ଲାଖି ରହିଯାଏ

ଦେଖି ତୁମ ବସ ବାସ.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍