Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa Swain

Others

5.0  

Monalisa Swain

Others

କବିତା ର ସ୍ପୃହା

କବିତା ର ସ୍ପୃହା

1 min
428


ମୁଁ ରକ୍ତାକ୍ତ କ୍ଷତବିକ୍ଷତ

କଲମ ର ଧାରୁଆ ମୁନ ରୁ

ଧାର ଧାର ଝରୁଥିବା

ସ୍ୟାହି ର ବିଦଗ୍ଧ ଛିଟାରେ l


ମୁଁ ଆତଙ୍କିତ ଭୟଭୀତ

କବିର ଭ୍ରମ ସଂଶୋଧନ ରେ

କଟୁଥିବା ଶବ୍ଦ ର

ତିକ୍ତ ପ୍ରତ୍ୟାଖ୍ୟାନ ରେ l


ମୁଁ ନିଷ୍ପେସିତ ନିର୍ଯ୍ୟାତିତ

ମୋ ପ୍ରିୟତମ ଙ୍କ ର ଦୁଃଖ ଯାତନା ରେ

କବି ର ମନ ମୁଖୀ କବିତା ଲେଖାରେ

ନିଜ ଲେଖା କୁ ଜୀବନ୍ତ ରୂପ ଦେବା ପାଇଁ

ଫାଡ଼ି ଥିବା ଫର୍ଦ୍ଦ ଫର୍ଦ୍ଦ

କାଗଜ ପୃଷ୍ଠା ରେ l


ମୁଁ ସିନା ଆଣେ

ଲେଖକ ଟେ ପାଇଁ ସମ୍ମାନ

କିନ୍ତୁ, ମୁଁ ଯେ ହୁଏ କେତେ ବ୍ୟଥିତ, ବିଦାରିତ

ମୋ ଆଶ୍ରିତ ଙ୍କ ଯନ୍ତ୍ରଣା ଜୁଇ ରେ

ଆତ୍ମା ର ଆହୁତି ରେ ଦାହ ହୁଏ

ପ୍ରତି ମୁହୂର୍ତ୍ତରେ l


Rate this content
Log in