STORYMIRROR

Monalisa Swain

Abstract

2  

Monalisa Swain

Abstract

ପିଲାଦିନ

ପିଲାଦିନ

1 min
192

ଦୁଷ୍ଟ ଭାରି ପିଲାଦିନ

ଦୁଷ୍ଟ ଏଇ କୁନି ମନ

କୁନି କୁନି ପାଦେ,

ଗାଁ ଦାଣ୍ଡ ବୋହୂଚୋରି ଖେଳ

କୁନି ହାତେ ସଢେଇ ରେ,

ଭାତ, ଡାଲି, ତିଅଣ

ଲାଗେ ଭାରି ଭଲ

ସାଜି ଥାଉ ଆମେ

ଜୀବନ ର ବଗିଚା ରେ

କୁନି କୁନି ଫୁଲ

ବର୍ଷା ହେଲେ ଭିଜିବାକୁ

ଲାଗେ ଭାରି ଭଲ

ସବୁଜ ଘାସ ରେ

ସାଧବ ବୋହୁ ର ଚାଲି

ଦିଶେ ଝଲ ମଲ

ସାରୁ ବୁଦା ମୂଳେ

ବେଙ୍ଗୁଲୀ ରାଣୀ ର ଚିତ୍କାର

ଓଳି ପାଣିରେ ଫୋଟକା ର

ଦୃଶ୍ୟ କେଡେ ସୁନ୍ଦର୍

ଭାରି ଭଲ ଲାଗେ

କୁନି ହାତେ

କାଗଜ ତିଆରି ଡଙ୍ଗା

ଫର୍ ଫର୍ ଉଡୁଥିଲେ

ଭଲ ଲାଗେ

ଆମ ଦେଶ ର ତ୍ରିରଙ୍ଗା

ସ୍କୁଲ ଫେରିବାର ଦୃଶ୍ୟ

ଆହା କି ସୁନ୍ଦର୍

କାନ୍ଧରେ ଥାଏ

ଲମ୍ବା ଲମ୍ବା ବ୍ୟାଗ୍ ଆଉ

ଓଠରେ ଖୁସି ର ଜୁଆର

ସାର୍ ଙ୍କର ନାଲି ଆଖି

ଆଉ ବେତ ମାଡ

ଖେଳ ଛୁଟିରେ

ସାଙ୍ଗ ସାଙ୍ଗେ ଝଗଡ଼ା

ପୁଣି ଉଠେ କେତେ ଝଡ଼

ସ୍କୁଲ ନଯିବା ପାଇଁ

ମୁଣ୍ଡ ବିନ୍ଧା ର ବାହାନା

ନଥାଏ ମନରେ ଛନ୍ଦ,

କପଟ କି ଛଳନା

କେଡେ ମଧୁର ସେ ଦିନ ସବୁ

ନଥାଏ କୌଣସି

ଚିନ୍ତା କି ଭାବନା

କୁନି କୁନି ମନେ ଖାଲି

କଳ୍ପନା ହିଁ କଳ୍ପନା

ବୋଉ ଗାଳି ଲାଗେ

ଦାଣ୍ଡ ଧୂଳି ପରି

ଅଝଟିଆ ଦିନ

ଅମାନିଆ ମନ

ଆଉ ଆସିବନି ଫେରି

ବାପାଙ୍କ ଆକଟ

ପିଠିରେ ବସିଲେ ଛାଟ

ମଣିଷ ଟେ ପରି ତିଆରି

ହେବାର ଦେଖାଏ ବାଟ

ଆସିବନି ଆଉ ଫେରି

ସେଇ ପିଲାଦିନ

ସ୍ମୃତି ହୋଇ ରହିଯିବ

ସିଏ ଚିର ଦିନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract