STORYMIRROR

Monalisa Swain

Romance

2  

Monalisa Swain

Romance

ପୂର୍ଣ୍ଣତା

ପୂର୍ଣ୍ଣତା

1 min
118

କିଛି ଆଶା ନାହିଁ

        ଜୀବନ ରେ ଆଉ

ପାଇଗଲି ସବୁ ପୂର୍ଣ୍ଣତା,

ପ୍ରେମ ଉପହାର

       ସିନ୍ଦୂର ରେ ଦେଲ

ଭରିଦେଲ ସବୁ ଶୂନ୍ୟତା

ଆଶା ଅସୁମାରୀ

       ଆକାଶ ଛୁଇଁଲା

ନାହିଁ କିଛି ବାଡ ବତା

ମନ ର ମୁହାଣେ

        ପାଇଛି ତୁମକୁ

ସିନ୍ଦୂରେ ସଜେଇ ମଥା

ନାହିଁ ଅଭିଳାଷ

         ପାଇବାକୁ କିଛି

ନାହିଁ ଇଚ୍ଛା ଅବଶୋଷ,

ମୃତ୍ୟୁ ଆସିଲେ ବି

          ଡର ନାହିଁ ଜମା

ତୁମ ପ୍ରେମ ରେ ହୋଇଛି ବଶ

ଆସିଲେ ବି ଆସୁ

         ସେ ମରଣ ଯଦି

ଆସିବ ବି ନବା ପାଇଁ,

ଶଙ୍ଖା ସିନ୍ଦୂର ରେ

          ସଜେଇ ହେଇ ମୁଁ

ତୁମ କୋଳରେ ପଡିବି ଶୋଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance