STORYMIRROR

Debabrata Barik Debunu

Abstract

2  

Debabrata Barik Debunu

Abstract

ସାହା ତୁମେ ଚଉ ବାହା

ସାହା ତୁମେ ଚଉ ବାହା

1 min
131

କହରେ କାଳିଆ କି ଦୋଷ କରିଲି

ମନା ତୋ ସିଂହ ଦୁଆର

ତୋ ଚକା ନୟନ କେବେ ଦେଖିନାହିଁ 

ତତେ ଦେଖିବାକୁ ମନ ଅସ୍ଥିର ।। 


ତୁ ବସି ଖାଉଛୁ ଷାଠିଏ ପଉଟି 

ନାହିଁ ତୁଣ୍ଡେ ମୋର ନିର୍ମାଲ୍ୟ 

ମହାପ୍ରସାଦ ତ ମୋ ପାଇଁ ସପନ

ତମେ କେମିତି ବସି ଯେ ଦେଖୁଛ।। 


ହାତ ନାହିଁ ବୋଲି ଅଧା ଗଢା ଦିଅଁ

ତତେ ଡାକନ୍ତି ଜଗତ ନାଥ 

ମନ୍ଦିରେ ବସିଛ ଭାଇ ଭଉଣୀ ସଙ୍ଗତ

କହ ହୁଏ ମୁଁ କିଆଁ ଅନାଥ ।।


ସଭିଏଁ କହନ୍ତି ଅନାଥର ନାଥ

ତୁହି ପରା ଚକ୍ରଧର 

ଏଇ ମୋ ଆଖିରୁ ଲୁହ ତ ସରୁନି 

କାଇଁ ସାଜୁଛି ଏତେ ତୁ ନିଷ୍ଟୁର ।।


ମହାମାରୀ ରୂପ ଧାରଣ କରିଛୁ

ଏ କଳି ଯୁଗରେ ତୁହି

ତ୍ରାହି ତ୍ରାହି ବୋଲି ସଭିଏଁ ଡାକନ୍ତି

ଶୁଣି କେମିତି ପାରୁଛୁ ରହି।।


ପୋଷଣ ନାଆ ରେ ଚାଲିଛି ଶୋଷଣ

ଦେଖି ତୁ ନିରବ ରହୁ

ଏ ମହାମାରୀ ରୁ ରକ୍ଷା କର ପ୍ରଭୁ

ଜଗତ ଉଦ୍ଧାର ହେଉ।। 


କି ଲୀଳା ରଚିଛୁ ତୁହି ରେ କାଳିଆ

ମାଳିକା ହେଲେଣି ସତ

ସଭିଏଁ ଛାନିଆଁ କରୋନା ଭୟରେ

କଣ ସତରେ ଏ ଯୁଗ ହେବ ବିଲୁପ୍ତ ।।


କି ମାୟା କରୁଛୁ ତୁ ହିଁ ଜାଣିଛୁ

ଜୟ ପ୍ରଭୁ ଜଗନ୍ନାଥ

ତୁ ଥାଉ ଥାଉ କେମିତି ଜଳିଲା

ତୋ ପତିତ ପାବନ ନେତ।।


କରୋନା ର କାଳ ମାଡି ଆସିଲାଣି

ତୋର ଏ ସାରା ବିଶ୍ୱରେ

ରଖିଲେ ରଖିବୁ ମାରିଲେ ମାରିବୁ

ଆମ ସାହା ତ ଏକା ତୁହି ରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract