Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ସ୍ଵାଧୀନତାସଂଜୟ କୁମାର ତ୍ରିପାଠୀ

ସ୍ଵାଧୀନତାସଂଜୟ କୁମାର ତ୍ରିପାଠୀ

1 min
219



ସମୟର ରାଜରାସ୍ତାରେ

ଅତିକ୍ରୀତ ମୁହୂର୍ତ୍ତ ମାନଂକର ହିସାବ ରଖୁ ରଖୁ

ହଠାତ୍ ଦୃଷ୍ଟିଗୋଚର ହେଲା ତ୍ରିରଂଗା

ଶୁଣିବାକୁ ପାଇଲି ପ୍ରଭାତ ଫେରିର ରାମଧୂନ୍

ଆପେ ଆପେ ଦୃଷ୍ଟି ଓ ଶୁତିର ପରିସୀମାକୁ ଆସିଗଲେ

ଫତ୍ରୀକ ଆସିବା ରାସ୍ତାରେ ପ୍ୟାର୍ ୱାର୍କ କରୁଥିବା ଠିକାଦାର

ଅସ୍ବାଭାବିକ ଭାବେ ବ୍ୟସ୍ତ ଲୋକ ସଂପର୍କ ଅଧୁକାରୀ

ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ପଇଁତରା ମାରୁଥିବା ସାଇରନ୍

ପୁରସ୍କାର ଆଶାରେ ଅଭ୍ୟାସରତ କେଡେସ ଓ ଗାଇସ

ନିଜ ଦଳୀୟ କାର୍ଯ୍ୟାଳୟକୁ ନବବଧୂ ରୂପେ ସଜାଇଥୁବା

ଦଳର ନାମମାତ୍ର କର୍ମୀବୃନ୍ଦ

ମିଷ୍ଟାନ୍ନ ଆଶାୟୀ ଛାତ୍ରଛାତ୍ରୀ ଗଣ

ଓ ଆମ ପ୍ରଚାରକାମୀ ନାଗରିକଗଣ

ପୁନଶ୍ଚ ଦୃଷ୍ଟି ପଥାରୂଢ ହେଲା ନିତ୍ରିତ ଅତିଥ୍ୟକ ପରିବାର ବର୍ଗକ

ପରିତ୍ୟକ୍ତ ଉଚ୍ଚିଷ୍ଟ ଭକ୍ଷଣରେ ମସଗୁଲ ବିପିଏଲ ଲିଷ୍ଟର ବାଳବନିତା

କ୍ରିକେଟ ଓ ଫୁଟବଲ ମ୍ୟାରେ ସ୍ଵାଧିନତା ପାଉଥିବା ଯୁବଗୋଷ୍ଠୀ

କବିତା ପାଠରେ ଖ୍ୟାତି ଲଭୁଥିବା ପୃଥକୁ ଏକ ଗୋଷ୍ଠୀ

। ଆଗାମୀ ନିର୍ବାଚନ ପାଇଁ ରଣକୌଶଳ ପ୍ରସ୍ତୁତ କରୁଥିବା ଅସଂଖ୍ୟ ଗୋଷ୍ଠୀ

ସର୍ବୋପରି ; ଛୁଟି ଦିନରେ ମଜୁର ନ ପାଇ ଅଦ୍ଧଭୁକ୍ତ ରହିଥିବା ସବୁଠାରୁ ବଡ ଗୋଷ୍ଠୀ ।


Rate this content
Log in

Similar oriya poem from Classics