Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rabindra kumar Sahoo

Abstract Inspirational

3  

Rabindra kumar Sahoo

Abstract Inspirational

ସ୍ଵାଧୀନତା

ସ୍ଵାଧୀନତା

1 min
135



  ସଭିଏଁ କୁହନ୍ତି ଆଜି ଆମେ ନେତା

   ସବୁ ଦଳେ ଏବେ କର୍ମୀ ସ୍ଵଳ୍ପ

    ଜନ୍ମିଛନ୍ତି କିନ୍ତୁ ବହୁ ନେତା

  ଏହି କ'ଣ ତେବେ ଆମ ସ୍ଵାଧୀନତା ?


    କାନ୍ଦୁଛି ଆଜି ଆମ ମାତୃଭୂମି

     ଆମ ଏ ଭାରତମାତା

    ତ୍ୟାଗ ର ମୂଲ୍ୟ କୁ

      ବୁଝନ୍ତିନି ଆମ ନେତା

   ପ୍ରିୟା ପ୍ରୀତି ତୋଷଣ ରେ

    ଚାଲେ ଆମ ଶାସନ ପ୍ରଶାସନ କଳ

    ନେତା ମନ୍ତ୍ରୀ ଅଫିସର

    ସ୍ଵାର୍ଥ, ଅର୍ଥ, କ୍ଷମତା ରେ ଏବେ ଭୋଳ

    କେ କରନ୍ତିନି ଦେଶ ସମାଜର ଚିନ୍ତା

     ଏହି କ'ଣ ତେବେ ଆମ ସ୍ଵାଧୀନତା ?


    ନୀତି ଆଦର୍ଶ ହରାଉଛେ ଆମେ

     ହରାଇଛେ ଆମ ନୈତିକତା

    ଶିକ୍ଷା ରେ ସଂସ୍କାର

    ସ୍ଵାସ୍ଥ୍ୟ ର ପ୍ରସାର

   ପରିବେଶ ପରିମଳ ରେ

    କରିବା ସୁବ୍ୟବସ୍ଥା

    ଗାଁ ଓ ସହରେ ରହିବା ଏକତା

     ଏ କ'ଣ ନୁହେଁ ଆମ ମାପକାଠି

      ଗଢି ତୋଳିବାକୁ

    ଆମ ମଧ୍ୟେ ମନୋଭାବ ଭାରତୀୟତା

    ସୁଖ ପଛେ ଧାଇଁ ଧାଇଁ

     ସ୍ଵାର୍ଥ ପଛେ ଧାଇଁ ଧାଇଁ

     ଆମ ମଧ୍ୟେ ଆଣିବା କି ବିଛିନ୍ନତା

   ଏହି କ'ଣ ତେବେ ଆମ ସ୍ଵାଧୀନତା ?

    

   କୃଷିର ଉନ୍ନତି କୃଷକର ପ୍ରଗତି

     ଶ୍ରମିକ ର ମୁକ୍ତି

   ଶ୍ରମ ଭିତ୍ତିରେ ଶ୍ରମିକ ନିଯୁକ୍ତି

    ତାଙ୍କ ଶ୍ରମର ମୂଲ୍ୟ

    କରିବା ଗଣତି

   ତିଆରିବା ତାଙ୍କ ପାଇଁ

     ମଜୁରିର ନୀତି

   କୃଷକ ଶ୍ରମିକ ଭୋଗିବେ

      ଯଦି ଦୁରାବସ୍ଥା

    କି ହେବ କି ହେବ

     କୁହ ଆମ ଏ ଦେଶର ଅବସ୍ଥା

   ଏହି କ'ଣ ତେବେ ଆମ ସମାନତା

    ଏହି କ'ଣ ତେବେ ଆମ ସ୍ଵାଧୀନତା ?


    ଗାଁ କୁ କାମ ମା କୁ ସମ୍ମାନ

    କହୁଛନ୍ତି ଆମ ହର୍ତ୍ତାକର୍ତ୍ତା

    ଗାଁ ଏବେ ଅଣ ସଂଗଠିତ

    ମା ଆଜି ଅବହେଳିତ

    କିଛି ନାହିଁ ଆମ ମଧ୍ୟେ

    ଆଦର୍ଶ ନୀତି ନୈତିକତା

     କେଉଁଠି ନ ଦିଶେ

    ଆମ ମଧ୍ୟେ ଏକତା

     ଏହି କ'ଣ ତେବେ ଆମ ସ୍ଵାଧୀନତା ?


     ବିନା ଦ୍ବିଧାରେ ଆମେ

     ନିତି ନିତି କରୁଅଛେ ଭୃଣ ହତ୍ୟା

    କନ୍ୟା ସନ୍ତାନ ଆମକୁ ଲାଗଇ ପିତା

     ଲିଙ୍ଗ ନିରୂପଣ କରି ପିତାମାତା

     ସମାଜେ ଆଣନ୍ତି ଅସ୍ଥିରତା

    ପୁରୁଷ ସ୍ତ୍ରୀ ମଧ୍ୟେ ଆଣନ୍ତି ବିଭେଦତା

     ଆମ ଶିକ୍ଷା ଆମ ସ୍ଵାସ୍ଥ୍ୟ

    ଆମ ବିଜ୍ଞାନ କାରିଗରୀ ଜ୍ଞାନ ର

     ଏହି କ'ଣ ତେବେ ମହାନତା

     ଏହି କ'ଣ ଆମ ସ୍ଵାଧୀନତା 

     ସ୍ଵାଧୀନତା ନାମେ କ'ଣ

    ଆଣିବା ଆମ ସମାଜେ

      ଯେତେ ବର୍ବରତା ?


Rate this content
Log in

Similar oriya poem from Abstract