କରିବେ ଭକ୍ତ ଦର୍ଶନ
କରିବେ ଭକ୍ତ ଦର୍ଶନ
କାହିଁକି ଅଧିର ହରବର କିମ୍ପା?
ମାଉସୀ ଘର ଯିବାକୁ,
ନବଯୌବନର ନେତ୍ରୋତ୍ସବରେ
ମୋହୁଛି ଦୃଶ୍ୟ ଭକ୍ତଙ୍କୁ।
ବ୍ରହ୍ମାଣ୍ଡେ ଗୁଞ୍ଜୁଛି ଜଗନ୍ନାଥ ରାବ୍
ଭକ୍ତ ରୁଣ୍ଡ ବଡ଼ଦାଣ୍ଡେ,
ସଜ୍ଜିତ ହୋଇଛି ତିନି ରଥ ଦାଣ୍ଡେ
ବର୍ଣ୍ଣିବ କିଏବା ତୁଣ୍ଡେ।
ଭାଇ ଓ ଭଉଣୀ ବସି ତିନି ରଥେ
ଯିବେରେ ମାଉସୀ ଘର,
ଗୁଣ୍ଡିଚା ମନ୍ଦିର ଚାହିଁ ବସି ଅଛି
ଆସିବେ ବଡ଼ ଠାକୁର।
ନନ୍ଦିଘୋଷ ରଥେ ବସିବୁ କାଳିଆ
ତାଳଧ୍ଵଜେ ବଳଦେବ,
ରଥ ପଦ୍ମଧ୍ବଜେ ସୁଭଦ୍ରା ବସିବେ
ହେବ ରଥଯାତ୍ରା ତବ।
ତହିଁ ପାଇଁ ଆଗୁ ଆନନ୍ଦ ଉତ୍ସବ
ମାଉସୀ ଘରକୁ ଯିବୁ,
ଚାହିଁ ବସି ଅଛି ମାଉସୀ ତହର
କେତେତୁ ସମ୍ମାନ ଦେବୁ।
ଦେଖୁଥିବେ ଭକ୍ତ ନୀଳା ଖେଳା ତୋର
ଜଗତ ଠାକୁର ତୁହି,
କୋଟି କୋଟି ଭକ୍ତ ରହିଥିବେ ଲାଗି
ନଥିବେ ବିଶ୍ରାମେ କେହି।
ଆଜି ପୁରୀ କ୍ଷେତ୍ରେ ଭକ୍ତଙ୍କ ଗହଳି
ନାହିଁ ତିଳେ ସ୍ଥାନ କାହିଁ,
ନେତ୍ରୋତ୍ସବରେ ମନ ମୋହୁ ଅଛୁ
ଭକ୍ତ ଚାହିଁ ଛନ୍ତି ତହିଁ।
ଧନ୍ୟ ଜଗନ୍ନାଥ ଧନ୍ୟ ତୋର ନୀଳା
ଦେବେ ଅଗଚର ଯାହା,
ମନୁଷ୍ୟ ବୁଝିବ କିପରି ଟି ତାହା
ହୁଅ ଜଗା ଭକ୍ତେ ସାହା।
ହେବ ରଥଯାତ୍ରା ସମ୍ପୂର୍ଣ୍ଣ ବିଶ୍ବରେ
ନାହିଁ ପଟାନ୍ତର ତାର,
ଅଶାଡ଼ ମାସରେ ରଥଯାତ୍ରା ଭାଇ
ନେତ୍ରୋତ୍ସବ ହୁଏ ଯାର।
ନବଯୌବନର ଉତ୍ସବ ଭାଇରେ
ମନ ମୋହୁ ଥିଲା ଭକ୍ତେ,
କିପରି ବର୍ଣ୍ଣିବି ଭାଷା ପାଉ ନାହିଁ
ରଥ ଟାଣୁ ଥିବେ ଭକ୍ତେ।
ଜଗତ କଲ୍ୟାଣ କରିବେ ଠାକୁର
ମନ୍ଦିରୁ ହେବେ ବାହାର,
ଜନତାଙ୍କ କଷ୍ଟ ବୁଝିବେ ଠାକୁର
ନୀଳାଟି ରଥଯାତ୍ରାର।
ହେଉ ଶକ୍ତିଶାଳୀ ଏ ଭାରତବର୍ଷ
ବିଶ୍ବଗୁରୁ ହେଉ ରାଷ୍ଟ୍ର,
ରାଷ୍ଟ୍ରର ଗୌରବ ଗୁଞ୍ଜୁ ବିଶ୍ବେ ପ୍ରଭୁ
ଆତ୍ମନିର୍ଭରଟି ରାଷ୍ଟ୍ର।
ସିଂଭୂମେ ହୁଏ ରଥଯାତ୍ରା ଭାଇ
ବିଚ୍ଛନ୍ନାଞ୍ଚଳ ଗୌରବ,
ଓଡ଼ିଆର ଭୁଇଁ ଉତ୍କଳୁ ବିଚ୍ଛିନ୍ନ
ଗାଆନ୍ତି ପ୍ରଭୁ ଗୌରବ।
ନୀତି ନିୟମରେ ରଥଯାତ୍ରା ହୁଏ
ସଢୈଇକଳା ଜିଲ୍ଲାର,
ହେବ ଟଣା ରଥ ଭକ୍ତି ଓ ଶ୍ରଦ୍ଧାରେ
ଗୁଞ୍ଜିବ ନାମ ଜଗାର।
