STORYMIRROR

JITENDRA CHANDRA SAHOO

Inspirational

4  

JITENDRA CHANDRA SAHOO

Inspirational

ସ୍ଵାଧୀନତା

ସ୍ଵାଧୀନତା

1 min
248

ପିଞ୍ଜରା ଭିତର ମିଟୁ କହେ ମୋତେ

ମୁକ୍ତିର ଆନନ୍ଦ କଥା

କେଡେ ଅବିବେକି ବୁଝି ପାରିଲନି

ପିଞ୍ଜରା ଭିତର ବ୍ୟଥା ।୧।


ମୁକ୍ତିର ଆନନ୍ଦ ପାଇବା ପାଇଁ କି

କେତେ ଯେ ଶହୀଦ୍ ହେଲେ

ସ୍ଵାଧୀନତା ସ୍ଵାଦ ଚାଖି ହେଲା ପରେ 

ସବୁ କିଛି ଭୁଲି ଗଲେ । ୨।


ନରକ ଯନ୍ତ୍ରଣା ହତ୍ୟା ନିର୍ଯ୍ୟାତନା

କେତେ ଯେ ହେଲା ଲୁଣ୍ଠନ

ଇତିହାସ କଥା ଭୁଲିଲୁ କେମିତି

ହେଲୁ ବଡ଼ ହୀନିମାନ ।୩।


ବଡ଼ ବୁଦ୍ଧିମାନ ବୋଲାଉ ଜଗତେ

ଶ୍ରେଷ୍ଠ ଜୀବରେ ତୁ ଗଣା

ପିଞ୍ଜରା ଭିତର ଗୁମରା କାନ୍ଦଣା

କେମିତି ଶୁଣି ପାରୁନା । ୪ ।



Rate this content
Log in

Similar oriya poem from Inspirational