ସାବିତ୍ରୀ
ସାବିତ୍ରୀ
ଆଜି ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି
ପବିତ୍ର ସାବିତ୍ରୀ ବ୍ରତ
ଭକତି ବିଶ୍ୱାସେ ପତିବ୍ରତା ନାରୀ
ପାଳିଥାନ୍ତି ଏକନିଷ୍ଠ ।
ସାରି ସ୍ନାନ ଶୈ।ଚ୍ଚ ରହି ଉପବାସ
ଆୟୋଜନ୍ତି ପୂଜାବିଧି
ମାତା ସାବିତ୍ରୀଙ୍କୁ କରନ୍ତି ସ୍ମରଣ
ନୂଆ ବସ୍ତ୍ର ଶଙ୍ଖା ପିନ୍ଧି ।
ଜାଳି ଅର୍ଘ୍ୟ ଦୀପ ଷୋଡଶୋପଚାରେ
ଦେବୀ ପୂଜା ଆରାଧନା
ଅରପନ୍ତି ନବ ଫଳପୁଷ୍ପ ଭୋଗ
ଶୁଣନ୍ତି ବ୍ରତ ମହିମା ।
ନିର୍ବାସନେ ବନେ କାଟୁଥିଲେ ଦିନ
ରାଜନ ଦ୍ୟୁମନ୍ତସେନ
ଅନ୍ଧ ପିତାଙ୍କର ନେଉଥିଲେ ଯତ୍ନ
ସୁପୁତ୍ର ଶ୍ରୀ ସତ୍ୟବାନ ।
ମଦ୍ର ଦେଶ ନୃପ ବୀର ଅଶ୍ୱପତି
ଅଲୀଅଳି ରାଜଜେମା
ବରିଲେ ସାବିତ୍ରୀ ନିସ୍ୱ ସତ୍ୟବାନେ
ଏକମନେ ପତିପ୍ରାଣା ।
କାଷ୍ଠ କାଟୁକାଟୁ ବୁଲାଇଲା ମୁଣ୍ଡ
ଗଛରୁ ପଡିଲେ ଖସି
ସତ୍ୟବାନଙ୍କର ଜୀବନ ନେବାକୁ
ଯମ ପହଞ୍ଚିଲେ ଆସି ।
ସାବିତ୍ରୀ ଦେବୀଙ୍କ ଭକ୍ତି ପରାକାଷ୍ଠା
କୁଚ୍ଛ୍ରବ୍ରତ ସାଧନାରେ
ଯାଚି ଦେଲେ ବର ସ୍ୱୟଂ ଯମରାଜ
ଲିଖିତ କଥାଶୃତିରେ ।
ନାରୀ ନାରାୟଣୀ ହେଉ ସୁକଲ୍ୟାଣୀ
ପତିପ୍ରାଣା ସୂଚିବ୍ରତା
ପାଳୁ ସ୍ୱକୁଟୁମ୍ବ ସେବା ପୁଣ୍ୟ ବ୍ରତ
ପୁତ୍ରକନ୍ୟା ମାତାପିତା ।
ଆଜ ଶୁଭ ଦିନେ ପବିତ୍ର ସତୀତ୍ୱ
ହେଉ ପ୍ରାଣେ ଉଜାଗର
ମାତା ମହିୟସୀ ସାବିତ୍ରୀ ସ୍ମରଣେ
ଶକ୍ତି ହେଉ ଶୁଭଙ୍କର ।
