STORYMIRROR

Sarojini Mishra

Classics Inspirational

4  

Sarojini Mishra

Classics Inspirational

ସାବିତ୍ରୀ ବ୍ରତ - ଏକ ଅଭିବ୍ୟକ୍ତି

ସାବିତ୍ରୀ ବ୍ରତ - ଏକ ଅଭିବ୍ୟକ୍ତି

1 min
265

ଯୁଗ ଯୁଗ ଧରି ଜ୍ୟେଷ୍ଠ ଅମାବାସ୍ୟା

ସାବିତ୍ରୀ ବ୍ରତ ପାଳନ୍ତି

ସ୍ୱାମୀ ଜୀବନର ମଙ୍ଗଳ ମନାସି

ଏଇ ବ୍ରତ କରିଥାନ୍ତି ।


ଆମ କିମ୍ବଦନ୍ତୀ ଆମ ପରଂପରା

ତତ୍ତ୍ଵରେ ତତ୍ତ୍ଵରେ ଭରା

ସାବିତ୍ରୀ ବ୍ରତଟି ନୁହେଁ ଖାଲି ଗପ

ନାରୀ ଶକ୍ତି ଗାଥା ଭରା ।


ସତୀ ସାବିତ୍ରୀଙ୍କ ଉପାଖ୍ୟାନ କଥା

କିଏ ଅବା ନ ଜାଣିଛେ

ଗପ ହୋଇ ଖାଲି ରହି ଯାଉଅଛି

ଜୀବନେ କି ଲଗାଉଛେ ।


ସାବିତ୍ରୀ ବ୍ରତର ପୃଷ୍ଠାରେ ପୃଷ୍ଠାରେ

ସୁନ୍ଦର ଜୀବନ ଧାରା

ସତ୍ୟବାନଙ୍କର ପିତୃ ମାତୃ ସେବା

ସରଳ ଅତି ନିଆରା ।


ସାବିତ୍ରୀ ସୁନ୍ଦରୀ ଗୁଣମୁଗ୍ଧା ପୁଣି

ସତ୍ୟବାନେ ଯେ ବରିଲେ

ଅଳ୍ପାୟୂଷ ଜାଣି ବନବାସୀ ଜାଣି

ତଥାପି ବରଣ କଲେ ।


ନାରୀ ଟିଏ ସଦା ସ୍ୱାମୀ ଚୟନରେ

ଗୁଣ କୁ ଗୁରୁତ୍ଵ ଦେଉ

ସୁ କର୍ମୀ ସର୍ବଦା ଶାନ୍ତିପ୍ରିୟ ହୁଏ

ଏ କଥା କେହି ନ ଭୁଲୁ ।


ମହାସତୀ ଖାଲି ସ୍ୱାମୀ ପ୍ରିୟ ନୁହେଁ

ସେବାରେ ଜଗତ ଜିଣା

ସ୍ୱାମୀଙ୍କ ପଦାଙ୍କେ ସଦା ସମର୍ପିତା

ଦୃଢମନା ପ୍ରେମ ଲୀନା ।


ସତ୍ଯବାନ ତାଙ୍କ ଆତ୍ମିକ ଆନନ୍ଦ

ଆଉ କା'ରେ ନ ଭାବନ୍ତି

ଶାଶୁ ଶ୍ୱଶୁରଙ୍କୁ ଦେବତା ସମାନ

ମନେ ପ୍ରାଣେ ପୁଜୁଥାନ୍ତି ।


ସତୀତ୍ଵ ତାଙ୍କର ନିର୍ମଳ ସୁନ୍ଦର

ଦୃଢତା ଭରିଛି ପ୍ରାଣେ

ନିର୍ମଳ ହୃଦୟ ସଦା ଶକ୍ତିଶାଳୀ

ଜୀବନ ଫେରାଇ ଆଣେ ।


ଲକ୍ଷ୍ୟ ତାଙ୍କର କେନ୍ଦ୍ରିତ ଥିଲା

ସ୍ୱାମୀ ଜୀବନ ପ୍ରାପ୍ତିରେ

ସିଦ୍ଧହସ୍ତା ସିଏ ଭୀତତ୍ରସ୍ତା ନୁହେଁ

ଗୁଣୀ ଜ୍ଞାନୀ ନାରୀଟିଏ ।


ବ୍ରତ ପାଳନ ତ ହେଉଛି ସର୍ବଦା

ଆଜି ସମୟ ଆସିଛି

ସତୀ ସାବିତ୍ରୀଙ୍କ ଗୁଣର ଧାରା କି

ଆମକୁ ଛୁଇଁ ପାରିଛି ।


ଚାଲ ପଚାରିବା ନିଜେ ହିଁ ନିଜକୁ

କେଉଁ ଗୁଣ ଆମ ଲୋଡା

ସତ୍ୟବାନ ଅବା କିଏ ହୋଇଛନ୍ତି

ଐକାନ୍ତିକ ପ୍ରେମେ ଭରା ।


ଖୁସୀରେ ଖୁସୀର ସହଭାଗିତାକୁ

ଆପଣେଇ କି ପାରିଛେ

ଗୁଣ ମୁଗ୍ଧତା ରେ କେତେଜଣ କୁହ

ସ୍ୱାମୀ ସ୍ୱୀକାର କରିଛେ ।


ଦୁଃଖରେ ସୁଖରେ ସାଥେ ସାଥି ହୋଇ

ଖୁସୀ କି ପାଇ ପାରୁଛେ 

ଦୁଃଖ ସୁଖ ବାଣ୍ଟି ଜୀବନ ସାରା କି

ଆତ୍ମିକ ସୁଖ ପାଇଛେ ।


ପ୍ରତି ବରଷ ତ ସାବିତ୍ରୀ ଆସୁଛି

ବ୍ରତ କଥା ଶୁଣୁ ଅଛେ

ସେ ତତ୍ତ୍ଵକୁ କୁହ ଜୀବନରେ କେବେ

ଲଗାଇ ଆମେ ପାରିଛେ ।


ଚାଲ ତତ୍ତ୍ଵ ମୟ କରିବା ଜୀବନ

ସେ ହେବ ଅସଲ ବ୍ରତ

ଦୁନିଆଁ ହୋଇବ ପ୍ରେମମୟ ପୁଣି

ନାରୀ ହୋଇବ ପୂଜିତ ।



Rate this content
Log in

Similar oriya poem from Classics