ସାବିତ୍ରୀ ଅମାବାସ୍ୟା
ସାବିତ୍ରୀ ଅମାବାସ୍ୟା
ଜ୍ୟେଷ୍ଠ ଅମାବାସ୍ୟା
ପୁଣ୍ୟ ରୂପେ ଖ୍ୟାତ
ଯେତେ ଅମାବାସ୍ୟା ମଧ୍ୟେ
ଆମ୍ବ ଅମାବାସ୍ୟା ବୋଲି କିଏ କହେ
କିଏ କହେ କାଚ ଚୁଡ଼ି ଅମାବାସ୍ୟା
କିଏ କହେ ସାବିତ୍ରୀ ଓଷା ପୁଣି
କିଏ ସତୀ ଓଷା
ଓଷା ମଧ୍ୟେ ସାର ଏହି ଅମାବାସ୍ୟା
ହିନ୍ଦୁ ଧର୍ମ ଓ ସଂକୃତିରେ
ଏକ ପତ୍ନୀ ବ୍ରତ ଓ ତାର ମହିମା
ଜ୍ୱଳନ୍ତ ଉଦାହରଣ ପୁରାଣେ
ଝିଅ ଜନମିଲେ ହିନ୍ଦୁ ପରିବାରେ
ଲଷ୍ମୀ ଆସିଲା କୁହନ୍ତି
ଦୁହିତା ହୋଇସେ ଜନମ ହୁଅଇ
ଦୁଇ କୁଳ ହିତ ପାଇଁ
ଜନମ ଦିନଠୁଁ ବାପା ମାଆ ଦୁହେଁ
ଚାହିଁଥାନ୍ତି ଦାନ ପାଇଁ
ପର ଘରେ ଯାଇ ସ୍ୱାମୀ ସୋହାଗିନୀ
ଆଶୀର୍ବାଦ ଦେଇଥାନ୍ତି
ପର ପୁରୁଷକୁ ଅଗ୍ନୀ ସାକ୍ଷୀ ରଖି
ସ୍ୱାମୀ ରୂପେ ବରେ ସେହି
ତାହାରି ଆୟୁଷ ଏହାରି ହାତରେ
ଯେତେ ସୁଖ ସହାୟ ହୋଇ
ପତିବ୍ରତା ନାରୀ ସ୍ୱାମୀ ସୋହାଗରେ
ଅର୍ଦ୍ଧାଙ୍ଗିନୀ ହୋଇଥାଏ
ସୁଖ ଦୁଃଖ ଯେତେ ଅଧା ବାଣ୍ଟି କୁଣ୍ଟି
ଦୁହେଁ ସମାନ ନେଇଥାନ୍ତି
ତେବେ ଯାଇ ଘର ଭଲରେ ଚଳଇ
ଅଭାବ ଥିଲେବି କେତେ
ପୁରାଣ ପାଠରେ ବର୍ଣ୍ଣନା ଅଛି
ଅଳ୍ପାୟୁଷ ସତ୍ୟବାନ
ଧର୍ମ ପତ୍ନୀ ସାବିତ୍ରୀ ଲଢ଼ି ଯମସାଥେ
ଫେରିପାଇଲେ ତାଙ୍କ ଜୀବନ
ତା ସଙ୍ଗେ ଘରର ଦରିଦ୍ୟ ଅବସ୍ଥା
ସୁଧାରି ପାରିଲେ ସତ୍ତ୍ୱର
ଅନ୍ଧ ଶଶୁରଙ୍କୁ ଚକ୍ଷୁ ଦାନ ପାଇଁ
ଅଳିକଲେ ଧର୍ମରାଜଙ୍କୁ
ଐଶ୍ୱର୍ଯ୍ୟ ବିଭବ ସ୍ୱାମୀ ପ୍ରାଣ ପାଇ
ଚଳିଲେ ବଡ଼ ଖୁସିରେ
ଏବେ ବି ଅଛନ୍ତି ପତିବ୍ରତା ନାରୀ
ଆମ ହିନ୍ଦୁ ଧରମରେ
ସେ ମାନଙ୍କ ପାଈଁ ଦୁଃଖ ଆସିଲେବି
ଏଡେଇ ଯାଏ ତା ବାଟରେ
ଏକପତୀ ବ୍ରତ ଆମର ସଂସ୍କୃତି
ତେଣୁ ବଂଚିଛି ଭାରତ
ଜ୍ୟେଷ୍ଠ ଅମାବାସ୍ୟା ସାବିତ୍ରୀ ବ୍ରତ ଯେ
ପାଳୁଛନ୍ତି ହିନ୍ଦୁ ନାରୀ ସମସ୍ତ
ସୋହାଗିନୀ ନାରୀ କାଚ ସିନ୍ଦୁରରେ
ପାଳୁଛନ୍ତି ଏହି ବ୍ରତ
ସ୍ୱାମୀର ଆୟୁଷ ସୁଖ ସମୃଦ୍ଧିକୁ
ମନସୀ ବିଭୁ ପୟର ।
