ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ
ସ୍ୱତନ୍ତ୍ର ମୋ ଉତ୍କଳ ଭୂଇଁ
ଗିରିବନ ରାଜି ସବୁଜ ଶ୍ୟାମଳା
ରତ୍ନଗର୍ଭା ମୋ ମାଟି ମାଆ
ଶାନ୍ତିର ଧଉଳି ସ୍ମୃତି ଆଣଇ, ଉଡ୍ର,
ଉତ୍କଳ,କଳିଂଗ, ଓଡିଶା ତାରି ନାଁ ।
ମୁଁ ଗର୍ବିତ ଓଡିଆ ପୁଅ, ବନ୍ଦେ
ମୋ ଉତ୍କଳ ଜନନୀ
ଜନ୍ମ ଦିନୁ ରହିଛି, ରହିବ ବନ୍ଦନା,
ହେ ଉତ୍କଳ ଜନନୀ ।
ଗଦାକ୍ଷେତ୍ର, ଶଙ୍ଖକ୍ଷେତ୍ର, ଅର୍କକ୍ଷେତ୍ର
ମୋ ଉତ୍କଳ ଭୂଇଁ
ମନ୍ଦିରମାଳ ଅକ୍ଷୟ କୀର୍ତ୍ତିରେ ପୂର୍ଣ
ମୋହର ଉତ୍କଳ ଭୂଇଁ ।
ଜଗନ୍ନାଥ ଧାମ ମୋ ଉତ୍କଳ ଚିର
ଶୋଭାମୟୀ ମହକମୟୀ
ସୂକ୍ଷ୍ମ କାରୁକାର୍ଯ୍ୟ ଅପୂର୍ବ କଳା କୃତି
ରେ ମୋ ଉତ୍କଳ କାଳଜୟୀ ।
ପୂର୍ବଜ କଳାର ଗାରିମା ସ୍ବର୍ଣ୍ଣାକ୍ଷରେ
ଲେଖା କୋଣାର୍କ ଶିଳା ପରେ
କୃଷି ଭିତ୍ତିକ ସଂସ୍କୃତି ପାଉଛେ ବାର
ମାସ ତେର ଯାନିଯାତରା ରେ ।
ଆମ ପରମ୍ପରା ବିଶ୍ୱରେ ବିରଳ, ନାହିଁ
ଜାତି ଧରମ ବିଭେଦ ସଂସ୍କୃତିରେ
ସ୍ୱତନ୍ତ୍ର ସମ୍ମାନ ପାଏ ମୋର ମାଟି, ବଡ
ଦାଣ୍ଡେ ଜଗନ୍ନାଥଂକ ରଥଯାତ୍ରାରେ ।
ମୋ ଜନ୍ମଭୂମି ଉତ୍କଳ ଭୂଇଁ ପୁରି ରହିଅଛି
ସବୁଜ ବନରାଜି ଖଣି ଖାଦାନରେ
ସ୍ୱତନ୍ତେ ଅତି ସୁଶୋଭିତ ତାର ଚାରୁ ଚିତ୍ର
ପଟ ପ୍ରାକୃତିକ ଦୃଶ୍ୟାବଳୀରେ ।
ପାଇ ଗର୍ବିତ ଶିମିଳିପାଳର ହସ୍ତୀ ଅଭୟ
ଅରଣ୍ୟ ଭିତରକନିକା କୁମ୍ଭୀର
ହିରାକୁଦ ବନ୍ଧ, ଚିପିଲିମା, ମାଛକୁଣ୍ଡ ଏବଂ
ସମଲେଇ ସମ୍ବଲପୁର ।
ମହାନ୍ ମୋ ମାଟି, ମହାପୁରୁଷ ଓ ସାହିତ୍ୟ
ସାଧକ କବି ଶିଳ୍ପୀ ଲେଖାକାର ପାଇଁ
ପଞ୍ଚସଖା, ଉପେନ୍ଦ୍ର, ମଧୁସୂଦନ, ଗୋପବନ୍ଧୁ,
ରାଧାନାଥ, ଗଙ୍ଗାଧର ଫକୀର ମୋହନଂକୁ ପାଇ ।
କଳିଙ୍ଗ ଐତିହ୍ୟ ଶିଳାଲିପି ଲେଖ ଉତ୍କଳ
ଭୂଇଁର ଗାଥା କୁହେ
ସର୍ବଧର୍ମ ସମନ୍ଵୟର ବାର୍ତ୍ତା ମୋ ଓଡିଆ
ସଂସ୍କୃତି ସର୍ବଦା ଦେଉଥାଏ ।
ମୋ ମାଟିର ପୁଅ ଲେଖିଛି, ମିଶୁ ମୋର
ଦେହ ଏଦେଶ ମାଟିରେ
କେତେ ମହାନ୍ ଭାଷା, ଦେଶବାସୀ ଚାଲି
ଯାଆନ୍ତୁ ମୋ ପିଠିରେ ।
ମୋ ଜୀବନ ପଛେ ନର୍କେ ପଡି ଥାଉ, ଜଗତ
ଉଦ୍ଧାର ହେଉ, କେତେ ସୁମଧୁର
ସ୍ୱର୍ଗଠୁ ସୁନ୍ଦର ମୋହର ଓଡିଆ ଭାଷା, ସ୍ୱତନ୍ତ୍ର
ସ୍ଥାନ ପାଇଛି ଜାତିସଂଘ ଶୀଳା ଭିତର ।
ଘେନ କୋଟି କୋଟି ପ୍ରଣାମ ମୋର ମାଟି
ମା ତୋ ପାଖେ ରହିବି ଋଣୀ
ବଡ଼ ଭାଗ୍ୟବାନ ଗରବ କରୁଛି ଜିଇଁ ଥିବା
ଯାଏ ଭଜୁଥିବି ବନ୍ଦେ ଉତ୍କଳ ଜନନୀ ।
