STORYMIRROR

Prasanta Bhunya

Inspirational

3  

Prasanta Bhunya

Inspirational

ସ୍ୱର୍ଗଦ୍ୱାର

ସ୍ୱର୍ଗଦ୍ୱାର

1 min
27.7K


 ସବୁ ଶବ୍ଦ ଶ୍ମଶାନରେ ଫୁଲ ଏବେ

ସବୁ ଭାବ ଧୂପ ସେଇ କବି ସମାଧିରେ

ପୁଳାପୁଳା ସ୍ମୃତିକୁ ସମାଧିସ୍ଥ କରିଥିଲି

ଅନ୍ୟ ସବୁ ଉଦାସୀପଣ ସହ କେବେ ନିଶୀଥରେ

ସ୍ମୃତି ଆଉ ମୋ ଉଦାସ ସଭିଏଁ

ଖୁସୀରେ ଅଛନ୍ତି ଏବେ

ଦୁଃଖରୁ ସୁଖ ନିର୍ବ୍ବଚନ ଅନ୍ତେ

ତାକୁ ନେଇ ସାହିତ୍ୟ ପାଠ କରୁଛନ୍ତି

ସ୍ମୃତିକୁ ଡାକିଲି ଦିନେ ଯେବେ

ଅକାର୍ପଣ୍ୟେ କହିଲା ସନ୍ଧ୍ୟାରେ

ଆଉ ଟିକେ ପରେ ଆସ କବି

ଆମ ଆସର ଏବେ ସରଗରମରେ

ଶବ୍ଦକୁ ହକାରିଲି ତେଣୁ ରୋଷଦାହେ

ରୁହ କବି ଦେହ ଓ ଦାହରେ

ମୋତେ ମୁଖାଗ୍ନି ନଦିଅ; କହେ ଶବ୍ଦ

ସ୍ଥିର ଆଉ ନିର୍ବିକାର ହୁଅ ବାରେ

ବୈମନସ୍ୟେ ଲେଉଟାଣିରେ ଦେଖିଲି

କବି ନର୍କେ ପଡ଼ିଅଛି ସେ’ତ

ଜଗତ ଉଦ୍ଧାର ପାଇଁ

ଯିଏ ସହି ନଥିଲା ପ୍ରାଣୀଙ୍କ ଆରତ||

-ପ୍ରଭୂ

ଜ୍ଞାତାର୍ଥ -

ନିର୍ବ୍ବଚନ – ସ୍ଥିରୀକରଣ , ନିର୍ଦ୍ଦାରଣ , ଅନେକଙ୍କ ମଧ୍ଯରୁ ବାଛି ବାହାର କରିବା

ହକାରିଲି – ଆହ୍ବାନ କରିବା, ଡ଼କାଇବା

ରୋଷଦାହେ – କ୍ରୋଧ ୟୋଗୁଁ ମନରେ ଜାତ ହେବା ସନ୍ତାପ

ବୈମନସ୍ୟେ - ଉଦ୍ବେଗ; ଉତ୍କଣ୍ଠା, ମନୋବେଦନା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational