STORYMIRROR

Bharatabandhu Biswal

Comedy Inspirational

3  

Bharatabandhu Biswal

Comedy Inspirational

ସ୍ୱପ୍ନପୁରୀର କଥା

ସ୍ୱପ୍ନପୁରୀର କଥା

1 min
142


ମାଳ ତଳ ଅଞ୍ଚଳର ଗୋରୁଗାଈ 

ମଜଭୁତ ବଳିଷ୍ଠ ଶରୀର

ଧୀର ସ୍ଥିର ହୁଣ୍ଡାଳିଆ ଚାହାଣୀରେ

ନାହିଁ କ୍ଲାନ୍ତି ଅବସାଦ ଛାପ

ହାଡ ଭାଙ୍ଗି ପଥୁରିଆ ଜମିକୁ ତାଡିଲେ

କି ଅବା ଦିନ ରାତି ଦାଦନ ଖଟିଲେ

ଯାଏ କେତେ ଆସେ କେତେ କଅଣ ଫରକ

ଭରିଗଲେ ଚାଖଣ୍ଡକ ପେଟ

କଣ୍ଠୁ ଝରେ ମନଫୁଲା ଗୀତ ।

ଛନ୍ନ ଛନ୍ନ କଞ୍ଚାଘାସ ପରିପୂର୍ଣ୍ଣ ସମତଳ

ଉପକୂଳ ଅଞ୍ଚଳ ନିଆରା

ହେଉ ଗାଆଁ ଅଥବା ସହର

ବାଡିଟାଏ ଯେଉଁ ମୁଣ୍ଡେ ବୁଲାଇ ଆଣିବ

ସବୁ ମନ ଭାବନାରେ ବେପରୁଆ 

ଖିଆଲ ସ୍ବତନ୍ତ୍ର  

ବୁଲାଷଣ୍ଡ ପ୍ରକୃତିରେ ଅବାଗିଆ 

କୁହାଟ ପ୍ରବଳ ।

ମାଳମାଳ ବି.ଏ. ଏମ୍ .ଏ

ବିଡା ବିଡା ଦକ୍ଷତା ପ୍ରମାଣପତ୍ର

ଥାଇ ବି ବେକାର

ଚାଲିବାକୁ ଦୁଇ ପାଦ ଯୁ ନାହିଁ

ମହାବୀର ବଳୀୟାର କରିବେନି କାମଦାମ

ଦେହଟାରୁ ନିଗିଡିବ ଝାଳ 

ସୁଟବୁଟ ଚଢି ଦାମୀ ବାଇକରେ

ବୁଲିବାକୁ ଅହରହ ଷଣ୍ଢମାର୍କା

ଟୋକାଏ ତୟାର  

ବାବୁ ଯିବେ ଅୟସ ଭ୍ରମଣେ

ଗାର୍ଲଫ୍ରେଣ୍ଡ କ୍ଲବ ପାର୍କ ସିନେମା ଚକ୍କର

ସନ୍ଧ୍ଯା ପରେ ବିଳମ୍ବିତ ରାତ୍ରି ଯାଏ

ଖୋଲିବାକୁ ହେବ ଠିପି ଜମିବ ଆସର

ଗାଡି ପାଇଁ ଲୋଡା ବି ପେଟ୍ରୋଲ

ମସଗୁଲ ରଙ୍ଗୀନ ସ୍ୱପ୍ନପୁରୀ ମାୟା

ଭବିଷ୍ୟତ ଜୀବନ ଅନ୍ଧାର ।

  



Rate this content
Log in

Similar oriya poem from Comedy