STORYMIRROR

pratap nayak

Romance

3  

pratap nayak

Romance

ସ୍ୱପ୍ନ ସୁନ୍ଦରୀ

ସ୍ୱପ୍ନ ସୁନ୍ଦରୀ

1 min
413


ପ୍ରତାପ ନାୟକ


ଚିତା କୁଟା ହାତ

ଆସି ହାତ ଠାରି ଡାକେ

ନିଅ ତୁମ ଚିଟାଉ ମୋ ଠାରୁ

ପରସ୍ତ ପରସ୍ତ ବହଳ ଭାବନା !

ଗହଳ ଗହଳ ଅକ୍ଷର ଚିତାରେ

କାମକୂଟ କେତେ ତୀର୍ଯ୍ୟକ ଠାଣିରେ

ଭରିଦେବ ତୁମ ମନେ ଉନ୍ମାଦନା !

ସେଦିନ ବିତେଇଥିବା

କଇଁଫୁଲିଆ ରାତି

ଅଭିମାନ ଭରା ପ୍ରିତୀଭରା ଛାତି

ଦଲକା ଦଲକା ପବନ ବେଶରେ

ତୁମ ଦେହେ ବାଜି ମତେ ଧକ୍କାମାରେ

ସଜଳରେ ଭରା ଉଜ୍ଜ୍ୱଳଆଖିର ଆଭା

ଇସାରାରେ ଦିଏ ସ୍ୱପ୍ନ ସୁନ୍ଦରୀର

କାମନାରେ ପୂର୍ଣ୍ଣ ଚିବୁକ ମୂଳର ରଂଗ

ଅପୂର୍ବ ତାହାର ଶୋଭା

ବଂଚିବାର ସିନା ରହାଟିଏ ରଖିଥାଏ

ମୂରୁଜ ରଂଗର ରଂଗଣୀ ଫୁଲରେ

ତୁମକୁ ସଜେଇ ଥାଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance