STORYMIRROR

Chinmayee Sahoo

Romance

2  

Chinmayee Sahoo

Romance

ସ୍ୱପ୍ନ ସବାରୀ

ସ୍ୱପ୍ନ ସବାରୀ

1 min
118

ସ୍ୱପ୍ନ ସବାରୀରେ ପରୀ ସାଜି ଆସ

ଆଖି ମୁଦି ଥିବି ମୁହିଁ

ଧୀରେ ମୃଦୁ ସ୍ପର୍ଶେ ପୁଲକିତ କରି

 ସ୍ୱସ୍ଥାନେ ଫେରିଯିବଇଁ


ଝୁରିବିନି ପ୍ରୀୟା ଖୋଜିବିନି ଜମା

ନିଦ୍ରାଶେଷେ ପ୍ରଭାତରେ

ନୀତି ଆସୁଥିବ ନିଶିଥିନି ସାଥେ

ନିଶିଗନ୍ଧା ମହକରେ


ନିଶାଚର ହେଲେ ପୀଶାଚିନୀ ନୁହେଁ

ତୁମେ ମୋ ସ୍ୱପ୍ନ ନାୟିକା

ସୂକ୍ଷ୍ମ ଦେହାତିତ ଭାବନା ଟି ମୋର

ତୁମ ପାଇଁ ଖାଲି ଏକା


ପିଶାଚିନୀ ରକ୍ତ ପିପାସୁ ଅଟଇ

ତୁମକୁ ମୋ ପ୍ରେମ ତୃଷ୍ଣା

ମୋ ଭିତରେ ତୁମ ପ୍ରେମ ପାରିଜାତ

ସଦା ଚିର ଯଉବନା


ସେ ଦିବ୍ୟପୁଷ୍ପର ମହକ ଅପୂର୍ବ

ବାସ୍ନାୟିତ କରେ ମୋତେ

ସେଇ ଅବାସ୍ତବ ଭାବନା ଟି ମୋର

ଜିଇଁବା ବାହାନା ସତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance