STORYMIRROR

Satyabati Swain

Inspirational

3  

Satyabati Swain

Inspirational

ସ୍ୱପ୍ନ ନାହିଁ ତ ଜୀବନ ନାହିଁ

ସ୍ୱପ୍ନ ନାହିଁ ତ ଜୀବନ ନାହିଁ

1 min
304


ସ୍ୱପ୍ନ ନାହିଁ ତ ଜୀବନ ନାହିଁ

ସ୍ବପ୍ନ; ମୁଠେ ସମ୍ମୋହନ

ବ୍ଢ଼ିବା,ଗଢିବା ପାଇଁ 

ଜବରଦସ୍ତ ଗୋଟେ ଆକର୍ଷଣ

ଧାରୁଆ ଅସ୍ତ୍ରଟିଏ ।


ଯିଏ ମନୁଷ୍ୟକୁ ଦୌଡା ଶିଖାଏ

ଜିତିବାକୁ ଖେଂଜେ

ବଞ୍ଚିବାକୁ ପ୍ରେରଣା ଦିଏ ।


ସ୍ୱପ୍ନ ଶକ୍ତି ଦିଏ

ଲକ୍ଷ୍ୟ ପଥରେ ସଫଳ ଉଡାଣ ଭରିବା ନେଇ

ପ୍ରୋତ୍ସାହିତ କରେ 

ସ୍ୱପ୍ନ ଗୋଟେ କେବେ ଜୀବନ ତମାମ ନ ଶୁଖୁଥିବା ନଈ ।


ଶେଷ ହିଁନ୍ ଶୋଷ ସ୍ୱପ୍ନ

ସ୍ବପ୍ନ ବ୍ୟତିରେକେ ଆକାଶ ଛୁଇଁବା,

ସମୁଦ୍ରରେ ପହଁରିବା କି 

ହିମାଳୟରେ ପତାକା ପୋତିବା ଅସମ୍ଭବ ।


ସ୍ବପ୍ନ ନଥିଲେ 

ମଣିଷ ଜହ୍ନରେ ଜାଗା କିଣନ୍ତା କି

ମଙ୍ଗଳରେ ଘର କରିବା ଯୋଜନା ଓ ନକ୍ସା ଗଢନ୍ତା ।


ପ୍ରତ୍ୟେକ ମଣିଷର ଅସଂଖ୍ୟ ସ୍ୱପ୍ନ 

ମଣିଷ ସମୟ ସହ ପ୍ରତିଯୋଗିତା କରିବା ଶିଖାଏ

ଶିଖାଏ ସାଧନା, ତପସ୍ୟା

ଅଧ୍ୟବସାୟ

ସ୍ୱପ୍ନ ନାହିଁ ତ ଜୀବନ କାହିଁ ।



Rate this content
Log in

Similar oriya poem from Inspirational