STORYMIRROR

Dharmaraj Majhi

Classics

3  

Dharmaraj Majhi

Classics

ସ୍ୱପ୍ନ ଅଭିଶପ୍ତ ଶୈଶବର

ସ୍ୱପ୍ନ ଅଭିଶପ୍ତ ଶୈଶବର

1 min
354

 ହଠାତ୍ 

ଏମିତି ହିଁ ,

ଦିନେ 

ସେ ଚାଲିଯିବ,

କାହାକୁ କିଛି ନ କହି ,

ଅନେକ ଦୂରକୁ ବିମୁଖ ହୋଇ,

କଢ଼ସବୁ ବଳି ପଡ଼ନ୍ତି,

ନିରୀହ ପଶୁ ପରି,

ସୁବାସିତ ସନ୍ଧ୍ୟାରେ 

 ମହମହ ବସୁଥିବା ଫୁଲଙ୍କ ଗହଣରେ


ଆଖିରେ ଜଳୁଥାଏ ଜ୍ୟୋତିଟିଏ 

ଡହଳ ବିକଳ ହୋଇ,

କିଛି କ୍ଷଣ ମାଗୁଥାଏ ଉଧାର, 

ହେଲେ ଦୀର୍ଘ ଶ୍ୱାସଟା ଆଉ ଫେରେ ନି,

ସେ ଲିଭି ଯାଏ ,

ଚାରିଆଡେ ଦିଶୁଥାଏ ଖାଲି ଅନ୍ଧାର ଆଉ ଅନ୍ଧlର


ଲିଭୁ ନା

କିଏ ମନା କରିଛି

ଅଧରାତିରେ ସେ କେଉଠୁ ଆଣିବ

କାହାକୁ ମାଗିବ

କିଏ ବା ଶୁଣିବ ତା' ଡ଼ାକ

କିଏ ବା ଦେବ ସେ ଅମୂଲ୍ୟ

ନିଜେ ଲିଭି କିଏ ଏଠି ,

ଅନ୍ୟକୁ ଜଳାଏ


ନିଜ ନିୟତି ଉପରେ,

କାହାର କ'ଣ ନିୟନ୍ତ୍ରଣ ଅଛି ଯେ,

ଯେ ଯେମିତି ଚାହିବ ,

ତାହା ହିଁ ହେବ


ଇଚ୍ଛା,ସ୍ୱପ୍ନ ଆଉ ସୁଯୋଗ ସବୁ ତ,

ହାଇ ମାସ୍କ୍ ଲାଇଟ୍ ହୋଇ

ଜଳୁଛି ରାତିରେ ,

କେବଳ ସହରରେ

ଡିବିରି ଆଲୁଅ ତ ନୁହଁ ଯେ,

ଦୁଲକାଏ ପବନରେ 

ଅସହାୟ ହୋଇ ଲିଭିଯିବ,

ଡିବିରି ଜଳୁଥାଉ ତା ଭାଗ୍ୟକୁ ଆଦରି,

ଇଚ୍ଛା ସ୍ୱପ୍ନ କରନ୍ତୁ ନିଜେ ଆତ୍ମହତ୍ୟା,

ସୁଯୋଗକୁ କିଏ ତ ,

ଚକ୍ରାନ୍ତରେ କରିବ ହତ୍ୟା


 ଆଉ କେତେ ସଜ ରଖିହେବ ଭରଷାକୁ

କେତେ ଆଉ ପାଣି ମାରି ଉଠାଇବ ମୂର୍ଚ୍ଛିତ ଆତ୍ମବିଶ୍ବାସକୁ

 କେତେ ମିଛ କହିହେବ  ଆଉ ସ୍ବପ୍ନକୁ

 କେତେ ଆଉ ଫ୍ରିଜରେ ରଖି ତଟକା କରିବ ଇଚ୍ଛାକୁ

କେତେ ଆଉ କୃତିମ୍ ରଙ୍ଗ ଲେପିହେବ ମୁହଁରେ 

ବାରବାର ରାଜା ହେବାକୁ


ଇଚ୍ଛା ସ୍ୱପ୍ନ ଆଉ ସୁଯୋଗ 

ଏବେ ପରିବାରର ଦାୟିତ୍ୱରେ ,

ବ୍ୟସ୍ତ ନିଜକୁ ବଞ୍ଚେଇଵାରେ,

ଗାଈ ଗୋଠରେ 

ସୁଦୂର ଦାଦନରେ

ଇଟା ଭାଟିର ଦାହରେ,

ଧନେଇ ସାହୁର ଚା' ଦୋକାନରେ

ବହି ବସ୍ତାନିଟା ଟଙ୍ଗା ହୋଇଥାଏ

ଦିବଂଗତ ପରି କାନ୍ଥରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics