STORYMIRROR

Kishore Nayak

Children

3  

Kishore Nayak

Children

ସ୍ୱାସ୍ଥ୍ୟ ହିଁ ସମ୍ପଦ

ସ୍ୱାସ୍ଥ୍ୟ ହିଁ ସମ୍ପଦ

1 min
54

ସକାଳୁ ଉଠି ବ୍ୟାୟାମ କର 

ସକାଳ ଖାଇବା ଡେରି ନକର ll

ସକାଳ ପବନ ଦେହକୁ ଭଲ 

ଖାଲି ପାଦେ ଘାସ ଉପରେ ଚାଲ ll


ସୁଷମ ଖାଦ୍ୟ ନିଇତି ଖାଅ 

ତେଲ ମାରି ଦେହେ ଗାଧୋଇ ଯାଅ ll

ଦେହକୁ ହିତ ପାଚିଲା ଫଳ 

ଦୁଗ୍ଧ ପାନ କଲେ ବଢଇ ବଳ ll


ନିଇତି ଖାଇଲେ ସେଓ କଦଳୀ 

ଚେହେରାଟା ପୁରା ଯିବ ବଦଳି ll

ଖାଅ ନାହିଁ ବେଶି ତେଲମସଲା 

ସହଜରେ ରୋଗ ହେବନି ଭଲା ll


ଖାଇବା ଆଗରୁ ଧୋଇବ ହାତ 

ବେଶି ମିଠା, ଲୁଣ ନୁହଁଇ ହିତ ll

ବେଶି ରାତି ଯା ଚେଇଁବ ନାହିଁ 

ସୂରୁଜ ଉଇଁଲେ ଶୋଇବ ନାହିଁ ll


ଗାଧୁଆ ଖାଇବା ବିଳମ୍ବ କଲେ 

ଛୋଟ ମୋଟ ରୋଗ ହୁଅଇ ଭଲେ ll

ଠିକ ସମୟରେ ଠିକ କାମ 

ଶରୀର ରହିବ ସୁସ୍ଥ ସୁଠାମ ll


ସ୍ୱାସ୍ଥ୍ୟ ହିଁ ସମ୍ପଦ ଏକଥା ମାନ 

ସୁସ୍ଥ ରଖ ସଦା ଶରୀର ମନ ll

ଏସବୁକୁ ମାନି ଚଳିବ ଯିଏ 

ବଇଦ ସାଥିରେ ଗେଲ ଖେଳିବ ସିଏ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children