ସ୍ୱାର୍ଥପର
ସ୍ୱାର୍ଥପର
ସମୟ ସ୍ରୋତ ଏ ଭାରି ଅମାନିଆଁ
ମାନେନାହିଁ ବନ୍ଧବାଡ଼,
ସହିବାର ସବୁ ଧର୍ଯ୍ୟବନ୍ଧ ଭାଙ୍ଗି
ଆସୁଛି ଜୀବନେ ଝଡ଼ |
ସାମାନ୍ୟ ମଣିଷ କେତେଵା ଆୟୁଷ
ବିଷ ହେଲାଣି ପିୟୁଷ,
ନିଜଲୋକ ଯଦି ଶତ୍ରୁ ହୁଏ ଏଠି
କାହାକୁଯେ ଦେବା ଦୋଷ |
ସୈତାନ ସାଜିଛି ମନ ଓ ବିବେକ
ବିଚରାଶକ୍ତି ଯେ କ୍ଷୀଣ,
ବୁଝୁନାହିଁ କାହା ପରିସ୍ଥିତି ଏଠି
ଶୋଷି ନେଉଅଛି ପ୍ରାଣ |
ଅର୍ଥ ଓ ପ୍ରାଚୁର୍ଯ୍ୟ ସୁଖ ପାଇବାକୁ
ଭାଙ୍ଗି ନୀତି ଧର୍ଯ୍ୟବନ୍ଧ,
ହତ୍ୟା ଲୁଣ୍ଠନରେ ମଜ୍ଜାଇ ନିଜକୁ
ସ୍ୱାର୍ଥରେ ହେଲାଣି ଅନ୍ଧ |
ସମାଧାନ କିଏ କରିବ ଏହାର
ସର୍ବେହେଲେ ସ୍ୱାର୍ଥପର,
ରକ୍ତ ନଦୀଧାର ବୋହିଯିବ ସିନା
ହେବନାହିଁ ଉପଚାର |
କେତେ ପୁଣ୍ୟବଳେ ଏ ମଣିଷ ଜନ୍ମ
ମହତ୍ୱ ବୁଝୁଚି କିଏ,
ଆପେ ବଞ୍ଚି ପୁଣ୍ୟ ଅର୍ଜିବାକୁ ଜନ
ନିଜକୁ ମହାନ କୁହେ |
ହେ ବିଶ୍ୱ ନିୟନ୍ତା ଜଗତ ବିଧାତା
ଏହାକି ତୁମ ବିଧାନ,
ଶୂନ୍ୟକରି ସୃଷ୍ଟି ରଚି ଲୀଳାଗୋଟି
ପାପୀକୁ କର ନିଧନ |