ସ୍ୱାର୍ଥପର ଦୁନିଆ
ସ୍ୱାର୍ଥପର ଦୁନିଆ
ସମ୍ପନ୍ନ କାଳରେ ନିଜର।
ବିପଦେ ନୁହନ୍ତି ନଜର।।
ପିବଦେ ଚିହ୍ନିବା ତାହାରେ
ସମ୍ମାନ କରେ କେଉଁ ନରେ।।
ବିପଦେ ଉପସ୍ଥିତ ଯାର।
ଆପଣା ଅଟନ୍ତି ଆମର।।
ଜୀବନ ପଥରେ ପଥିକ।
ସାହାଯ୍ୟ କରନ୍ତି ଅନେକ।।
ଜୀବନେ ସଖା ହିଁ ସେମାନେ।
ଜୀବନେ ମିତ୍ର ହିଁ ଏମାନେ।।
ଏପରି ଜନକ ସମ୍ମାନ।
ଜୀବନେ ହେଉ ଚିରଦିନ।।
ବିପଦେ ନ ଦିଅନ୍ତି ଦେଖା
କରିବା ନାହିଁ କେଭେ ସଖା।।
ଧନରେ ଅଭିଳାଷା ତାଙ୍କ।
ବିଶ୍ୱାସ ନକରିବା ତାଙ୍କ।।
ମଧୁର ବଚନ କୁହନ୍ତି।
ବିପଦେ ଦେଖା ନ ଦିଅନ୍ତି।।
ମିତ୍ରହିଁ ନୁହନ୍ତି ସେମାନେ।
ନିଜର ନୁହନ୍ତି ଜୀବନେ।।
ସମ୍ପନ୍ନ କାଳେ ସର୍ବେ ସଖା।
ବିପଦେ ନ ଦିଅନ୍ତୁ ଦେଖା।।
ଜୀବନେ ପ୍ରଭୁ ଭକ୍ତି ସାର।
ବିପଦେ ସଖାଙ୍କ ଆଦର।।
ସତ୍ୟର ପଥରେ ଚାଲିବା।
ଧର୍ମକୁ ଆଧାର କରିବା।।
କରିବା ମିତ୍ରର ସମ୍ମାନ।
ବିପଦେ କରେ ଯେ ସମ୍ମାନ।।
ସମ୍ପନ୍ନ କାଳରେ ନିଜର।
ବିପଦେ ନୁହନ୍ତି ନଜର।।
