STORYMIRROR

Chinmaya Kumar Nayak

Abstract Inspirational

3  

Chinmaya Kumar Nayak

Abstract Inspirational

ସ୍ୱାର୍ଥ

ସ୍ୱାର୍ଥ

1 min
253

ହଁ ତୁମେ କୁହ ଦୁନିଆଟା ସ୍ୱାର୍ଥପର ବୋଲି

କିନ୍ତୁ ସ୍ୱାର୍ଥ ନଥିଲେ ଏ ସମ୍ପର୍କ ଗୁଡ଼ାକ

ବେନାମୀ ହୋଇ ଗଡୁଥାନ୍ତେ ଯେ ହାଟରେ ବାଟରେ !


ବିନିମୟର ବ୍ୟବସ୍ଥା ନଥିଲେ

କିଏ ବା କିପରି ତା ସ୍ଥିତିକୁ ପରଖିଥାନ୍ତା

ଆଉ କା'ର କୃତଜ୍ଞ ଆଖିରେ !

ବିଶ୍ୱାସର ବୀଜଟି କଣ ଅଙ୍କୁରିତ ହୋଇପାରିଥାନ୍ତା

କେବଳ ଗୋଟିଏ ଉପାଦାନରେ !


ନିଜ ବେଳକୁ ଯଦି ବୋଝ ପାଲଟିଯିବ

ଏ ନିର୍ଭରତାର ମୁକୁଟ

ତେବେ ସମାଜ, ପରିବାରର ଏ ଆବଦ୍ଧ ପ୍ରାଚୀର ଭିତରେ

ତୁମେ ନିଶ୍ଚୟ ନିନ୍ଦନୀୟ ହେବ,

ସଙ୍ଘଶକ୍ତିର ବିସ୍ତୀର୍ଣ୍ଣ ଆକାଶ ତଳେ

ତୁମେ ଘୁରିବୁଲୁଥିବ

ଏକୁଟିଆ ଉଲକା ପିଣ୍ଡ ପରି

ଏକ ଅନିଶ୍ଚିତତାର ଆୟୁଷକୁ ଧରି। 


ପ୍ରାପ୍ତିର ଅଭିଳାଷ ରହିବା ହିଁ ତୁମ ବଞ୍ଚିବାର ଚିହ୍ନ

ଆଶା, ସ୍ୱପ୍ନ, ଆକାଂକ୍ଷା 

ଏଗୁଡ଼ିକ ତ ତୁମ ପଥର ଆଲୋକ ବର୍ତ୍ତିକା

କିନ୍ତୁ ତୁମକୁ ବି ବିଞ୍ଚିବାକୁ ପଡିବ

ତୁମ ହୃଦୟର ପୁଞ୍ଜି

ତୁମକୁ ବି ଖୋଲିବାକୁ ପଡ଼ିବ

ତୁମ ସଂକୀର୍ଣ୍ଣତାର ଶୃଙ୍ଖଳ

ସ୍ନେହ, ପ୍ରେମ ସହାନୁଭୁତିର ମୁଦ୍ରାକୁ ଲୁଚେଇ ରଖି

ଖାଲି ଆଙ୍ଗୁଳି ନିର୍ଦ୍ଦେଶ କଲେ ବା କି ଲାଭ ପାଇବ

ଖାଲି ନିଜକୁ ଠକି ଠକି ଠକାମୀରେ ପଡିଯିବ ସିନା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract