STORYMIRROR

Niranjan Sahu

Romance

2  

Niranjan Sahu

Romance

ସ୍ୱାମୀ ସ୍ତ୍ରୀ

ସ୍ୱାମୀ ସ୍ତ୍ରୀ

1 min
14K


ପ୍ରେମ କବିତାଟେ ଭଲ ଲାଗେ ବୋଲି

ପ୍ରେମ କବିତାଟେ ଲେଖି ବସିଲି

କଣ ଲେଖିବି କେମିତି ଲେଖିବି

ଚିନ୍ତା କରି କରି ବାୟା ହେଲି

ପାଖରେ ଦେଖିଲି ଘରଣୀ ମୋହର

ଦେଖି ଭାବନା ଟେ ମୁଣ୍ଡେ ପଶିଲା

ପ୍ରେମ କବିତା ଭୁଲିଗଲି ସବୁ

ଘରଣୀଙ୍କ ପ୍ରେମ ବାୟା କଲା

ଭାବିଲି ମୋ ପ୍ରେମ ଏଇଠାରେ ଅଛି

ମିଛଟାରେ ଖାଲି ପ୍ରେମ ଖୋଜୁଛି

ସ୍ୱାମୀ ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର

ଯୁଗେ ଯୁଗେ ଯାହା ସତ ହୋଇଛି।


ଆଜିକାଲି ପ୍ରେମ ଅଢେଇ ଦିନିଆ

ଅଢେଇ ଦିନରେ ଭାଙ୍ଗି ଯାଉଛି

ସ୍ୱାମୀ ସ୍ତ୍ରୀ ପ୍ରେମ ଚିରସ୍ଥାୟୀ ଅଟେ

କାହିଁ କୋ ଯୁଗରୁ ରହିଆସିଛି

ସବୁ ଚାଲିଯିବେ ସବୁ ଭୁଲି ଯିବେ

ସ୍ୱାମୀ ସ୍ତ୍ରୀ ମିଳିମିଶି ରହିବେ

ଶେଷ ସମୟରେ ଦୁହେଁ ଦୁହିଁକର

ସୁଖ ଦୁଃଖ ର ସାଥି ହୋଇବେ

ସ୍ୱାମୀ ସ୍ତ୍ରୀ ମଧ୍ୟେ ସୁ ସମ୍ପର୍କ ରଖି

ଯଦି ମିଳିମିଶି ଚଳିପାରିବ

କିଛି ନହେଲେ ବି ଶେଷ ସମୟରେ

ଦୁହେଁ ଦୁହିଁଙ୍କର ସହାରା ହେବ,

ମୋକଥା ମନେ ରଖିବ

ଦୁହେଁ ଦୁହିଁଙ୍କୁ ସମ୍ମାନ ଦେଇ

ସୁନାର ସଂସାର ଗଢ଼ିବ ।


ନିରଞ୍ଜନ


Rate this content
Log in

Similar oriya poem from Romance