STORYMIRROR

Niranjan Sahu

Romance

2  

Niranjan Sahu

Romance

ସ୍ୱାମୀ ସ୍ତ୍ରୀ

ସ୍ୱାମୀ ସ୍ତ୍ରୀ

1 min
14.1K


ପ୍ରେମ କବିତାଟେ ଭଲ ଲାଗେ ବୋଲି

ପ୍ରେମ କବିତାଟେ ଲେଖି ବସିଲି

କଣ ଲେଖିବି କେମିତି ଲେଖିବି

ଚିନ୍ତା କରି କରି ବାୟା ହେଲି

ପାଖରେ ଦେଖିଲି ଘରଣୀ ମୋହର

ଦେଖି ଭାବନା ଟେ ମୁଣ୍ଡେ ପଶିଲା

ପ୍ରେମ କବିତା ଭୁଲିଗଲି ସବୁ

ଘରଣୀଙ୍କ ପ୍ରେମ ବାୟା କଲା

ଭାବିଲି ମୋ ପ୍ରେମ ଏଇଠାରେ ଅଛି

ମିଛଟାରେ ଖାଲି ପ୍ରେମ ଖୋଜୁଛି

ସ୍ୱାମୀ ସ୍ତ୍ରୀ ପ୍ରେମ ଶ୍ୱାସତ ସୁନ୍ଦର

ଯୁଗେ ଯୁଗେ ଯାହା ସତ ହୋଇଛି।


ଆଜିକାଲି ପ୍ରେମ ଅଢେଇ ଦିନିଆ

ଅଢେଇ ଦିନରେ ଭାଙ୍ଗି ଯାଉଛି

ସ୍ୱାମୀ ସ୍ତ୍ରୀ ପ୍ରେମ ଚିରସ୍ଥାୟୀ ଅଟେ

କାହିଁ କୋ ଯୁଗରୁ ରହିଆସିଛି

ସବୁ ଚାଲିଯିବେ ସବୁ ଭୁଲି ଯିବେ

ସ୍ୱାମୀ ସ୍ତ୍ରୀ ମିଳିମିଶି ରହିବେ

ଶେଷ ସମୟରେ ଦୁହେଁ ଦୁହିଁକର

ସୁଖ ଦୁଃଖ ର ସାଥି ହୋଇବେ

ସ୍ୱାମୀ ସ୍ତ୍ରୀ ମଧ୍ୟେ ସୁ ସମ୍ପର୍କ ରଖି

ଯଦି ମିଳିମିଶି ଚଳିପାରିବ

କିଛି ନହେଲେ ବି ଶେଷ ସମୟରେ

ଦୁହେଁ ଦୁହିଁଙ୍କର ସହାରା ହେବ,

ମୋକଥା ମନେ ରଖିବ

ଦୁହେଁ ଦୁହିଁଙ୍କୁ ସମ୍ମାନ ଦେଇ

ସୁନାର ସଂସାର ଗଢ଼ିବ ।


ନିରଞ୍ଜନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance