STORYMIRROR

Chittaranjan Nanda

Inspirational

3  

Chittaranjan Nanda

Inspirational

ସ୍ୱାଧୀନତାର ପଥ

ସ୍ୱାଧୀନତାର ପଥ

1 min
250


ସ୍ୱାଧୀନତା ଯଦି ନାହିଁ ମଣିଷର

ମନ ଓ ହୃଦୟ ଶୂନ୍ୟ ରହେ

ହେଉ ତାହା ରାତି ପୂର୍ଣ୍ଣଗର୍ଭା ଅାଲୁଅର 

ଜହ୍ନ ପୂର୍ଣଗର୍ଭା ଆକାଶର 


ସ୍ୱାଧୀନତା ନଥାଏ ମଣିଷର

ଯେଉଁଠି ଦେଶର ଆଇନ ଚାଲେ

ନିରୀହଙ୍କ ପାଇଁ ଏକ ଓ 

ବଡବଡିଆଙ୍କ ପାଇଁ ଆରେକ


ସ୍ୱାଧୀନତା ନଥାଏ ମଣିଷର

ଯେଉଁଠି, ଲୋକଂକର, ଲୋକଂକ ପାଇଁ,

ଲୋକଂକ ଦ୍ୱାରା, ଆଇନର ଦ୍ୱାହି ଦେଇ

ଶୋଷଣର ଶିକାର ହୁଅନ୍ତି ଲୋକେ କ୍ଷମତାର


ସ୍ୱାଧୀନତା ନଥାଏ ମଣିଷର

ଯେଉଁଠି, ଡ୍ରାମାବାଜୀ କରି କ୍ଷମତାକୁ

ଯାଇ ଆଇନ ଗଢେ ପୁଂଜିପତି ସ୍ୱାର୍ଥ ପାଇଁ

ପାତର-ଅନ୍ତର ବିଚାର କରେ ନିରୀହର 


ସ୍ୱାଧୀନତା ନଥାଏ ମଣିଷର

ଯେଉଁଠି, କଥା କହିବାର ନାହିଁ ଅଧିକାର

ପାଟି ଖୋଲିଲେ ଲାଗେ ଦେଶଦ୍ରୋହୀ

ବୋଲି ସେଡିଶନ ଭଳି ମହା ଅପରାଧ


ସ୍ୱାଧୀନତା ନଥାଏ ମଣିଷର

ଯେଉଁଠି, ରକତ ଶୋଷା ଯାଏ ଭୋକିଲା ଦେହରୁ

ନଶୁଣା ଯାଏ ଅଭାବୀର ସ୍ୱର ଆଇନରେ 

ଆଖିରୁ ତାହାର ଲୁହ ଗଡେ ଧାର ଧାର  


ହେ, ନବ ଯୁଗର ସଭ୍ୟ ମାନବ,

ତମେ ପାଲଟି ଯାଇଛ କି ପାଷାଣ !

ହଜି ଯାଇଛି କି ତୁମ ମାନବିକତା,

ଜାଣି ପାରୁନାକି ଶଇତାନ କିପରି ଶାନ୍ତିର ବାଣୀ

ଓ ବେଦ ପଢା ନାମେ ଲଗାଉଛି ସାମ୍ପ୍ରଦାୟିକ ନିଆଁ


ହେ, ନବ ଯୁଗର ସଭ୍ୟ ମାନବ,

ସ୍ୱାଧୀନତା ହାସଲ ପାଇଁ ନାହିଁ 

ଦରକାର ଢେର ସଜବାଜ 

ଦରକାର ନାହିଁ ତରବାରୀ ବନ୍ଧୁକ


ହେ, ନବ ଯୁଗର ସଭ୍ୟ ମାନବ,

ମୁକ୍ତ ହେବାକୁ ପଡିବ ବିଭେଦ ବିଛିନ୍ନତା 

ନୀତିର ମାୟାର-ଚ଼କ୍ରରୁ, ଫିଟାଇବାକୁ 

ପଡିବ ଚକ୍ଷୁରୁ ମତାନ୍ଧତାର ଅନ୍ଧପୁଟୁଳିକୁ


ହେ, ନବ ଯୁଗର ସଭ୍ୟ ମାନବ,

ହଟାଇବାକୁ ପଡିବ ନର୍କର ସିଡ଼ିକୁ

ବୁଝିବାକୁ ହେବ ମଣିଷ ଜୀବନର ଅର୍ଥ

ହୃଦ-ସରୋବରେ ବାନ୍ଧିବାକୁ ହେବ

ମାନବିକତା ସତ୍ୟ ଶାନ୍ତିର ସୁନ୍ଦରତାକୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational