STORYMIRROR

Parbati Pradhan

Inspirational Others

4  

Parbati Pradhan

Inspirational Others

ସ୍ୱାଧୀନତା ପଥେ ପଥେ

ସ୍ୱାଧୀନତା ପଥେ ପଥେ

1 min
304

ମରି ମରି ଯାଏ ସ୍ୱାଧୀନତା ସ୍ବାଦ

ଶରୀରରେ ବିଷ -ଜ୍ୱାଳା

ରାଜନୀତି କାଳ -ନାଗ -ଫାଶେ ବନ୍ଧା

ଜାତୀୟତାବାଦ ଗଳା ll


ସତ୍ୟ, ଧର୍ମ, ନ୍ୟାୟ ର ନାହିଁ ଯେ ବିଜୟ

ପରାଧିନେ ଏଠି ଚାଲିଛି ସାମ୍ରାଜ୍ୟ

ଆଶା ଅଭିଳାଷା ମିଳାଇ ଯାଇଛି

ମନ ମଧେ କୋହ ଭରା ll


ସାହୁକାର ହାତେ ବନ୍ଧା ପଡ଼ିଅଛି

ଖଟିଖିଆ ଦିନ ମଜୁରିଆ

ନାରୀ ସାଜିଛି ଯେ ଅବଳା, ଦୁର୍ବଳା

ହୃଦେ ଯାତନା ର ଜ୍ୱାଳା ll


ତଥାପି କମିଜ ଧଳା

ରକତ ର ଦାଗ ମେଡାଲ ତା'ପାଇଁ

ଜନତା ଝୁରନ୍ତି ସ୍ୱାଧିନତା ମାଟି -ଟେଳା ll


ଯେ ଦେଶ ମାଟିରେ ଜନ୍ମିଛନ୍ତି  

ବୀର, ବୀରଙ୍ଗନା

ସେ ଦେଶ ମାଟିରେ କାହିଁକି ହେଉଛି

କନ୍ୟା ଭୃଣ ହତ୍ୟା ନାରୀ ନିର୍ଯାତନା ll


ସ୍ୱାଧୀନତା ତୁମେ କେଉଁଠି ଅଛ

ବୁକୁଚିରି ପରାଧିନ ଏଠି କରୁଛି ବାସ

ସ୍ୱାଧୀନତା ସ୍ୱାଦ ବାରିବା ପାଇଁ

ସଙ୍ଘର୍ଷ କରୁଛି ନିଇତି ମୁଇଁ ll


ଫିରିଙ୍ଗି ଶାସନ ଆଉ ଏଠି ନାହିଁ

ଆମେ ରେ ସ୍ୱାଧୀନ ଭାରତ ଭାଇ

ଜାତୀୟତାବାଦ, ମାନବିକତା ରେ

ଭରିଦେବା ଆମ ଜନମ ଭୂଇଁ  ll


ବାନର ସେନା ସାଜି

ହାତରେ ଅହିଂସା ର ଅସ୍ତ୍ର ଧରି

ସ୍ବଦେଶ ସେବା ପାଇଁ ଜୀବନ ଝାସ ଦେଇ

ସ୍ୱାଧୀନତା ତୂଳୀ ରେ ଆଙ୍କିବା ଭାରତ ଭୂଇଁ ll


ଦେଶରେ ଭରି ଦେବୁ ଅସଂଖ୍ୟ କାରଖାନା

ଦାଦନ ଖଟିବୁ ନାହିଁ

ଉତ୍ପନ୍ନ କରିବୁ ଦ୍ରବ୍ୟ ନନା

ବିଜ୍ଞାନ କ୍ଷେତ୍ରେ ଆମେ ନୋହିବୁ ପଛ ଜମା ll


ସ୍ୱାଧୀନତା ଟୀକା ପିନ୍ଧି ବଞ୍ଚିବୁ ସାରା ଜନ୍ମ

ସ୍ୱାଧୀନ ବାୟୁ କରିବୁ ପାନ

ହାତରେ ଧରିବୁ ଆମେ ବିଜୟ ର ବନା

ତୁଣ୍ଡରେ ଗାଇବୁ ସ୍ୱାଧୀନତା ର ବିଜୟ ଗାନା ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational