STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
180


ଆସ ପାଳନ କରିବା ଅଗଷ୍ଟ ପନ୍ଦର,

ସ୍ଵାଧିନତା ଦିବସେ ଦେଶ ସ୍ୱାଧୀନ 

ହୋଇ ଥିଲା ଆମର।

କେତେ ସ୍ୱାଧୀନତା ସଂଗ୍ରାମି ଆମ 

ଦେଶେ ଜନମ ନେଲେ,

ନିଜ ଜୀବନ କୁ ବାଜି ଲଗାଇ ଦେଶ ପାଇଁ ଆଗେଇ ଗଲେ।

ମହାତ୍ମା ଗାନ୍ଧୀ ଅସୋହଜୋଗ, ଲବଣ ସତ୍ୟାଗ୍ରହ ପରି କେତେ ଆନ୍ଦୋଳନ କଲେ,

ସୁବାସ ବୋଷ ଆମ ନେତା ହୋଇ 

ଆଜାତ୍ ହିନ୍ଦ ଫୌଜ୍ ଗଢ଼ିଥିଲେ।

ରାଣୀ ଲକ୍ଷ୍ମୀ ବାଇ ନାରୀ ଜାତିର ଗର୍ବ ହୋଇ ଇଂରେଜ ସାଥେ ଲଢ଼ିଥିଲେ,

ଲକ୍ଷ୍ମଣ ନାୟକ ,ଭଗତ ସିଂ ଦେଶ ପାଇଁ ଜୀବନ ଦେଲେ।

ବାଜି ରାଉତ ଶିଶୁ ଟିଏ ହୋଇ ଦେଶ ପାଇଁ ନିଜକୁ ବାଜି ଲଗାଇ ଦେଲେ,

ସୁରେନ୍ଦ୍ର ସାଏ,ଜୟୀ ରାଜ ଗୁରୁ ଦେଶ ପାଇଁ ଲଢ଼ି ସହିଦ ହେଲେ।

ସ୍ୱାଧୀନତା ଦିବସେ ମହାପୁରୁଷ ଙ୍କ ବୀରତ୍ଵ ମନେ ପଡି ଯାଏ,

ଜାତୀୟ ପତାକା ତଳେ ସଭିଙ୍କର ମଥା ନଇଁ ଯାଏ।

ଇଂରେଜ ମାନେ ଆମ ଦେଶ ଛାଡି ଚାଲିଗଲେ ଏହି ଦିନରେ,

ଆମେ ସ୍ୱାଧୀନତା ପାଇଛୁ ବୋଲି ପତାକା ଉଡାଉ ସବୁ ସ୍ଥାନରେ।

ପ୍ରଭାତରୁ ଆମେ ଜାତୀୟ ପତାକାକୁ

କରୁ ଉତ୍ତୋଳନ ,

ଜାତୀୟ ପତାକା ତଳେ ରହି କରୁ ଆମ ଦେଶର ଗୁଣ ଗାନ,

ବିଦ୍ୟାଳୟ ହେଉ ଅବା କାଜ୍ୟାଳୟ

ସବୁଠି ପତାକା ଶୋଭା ପାଏ।

ଦେଶ ପ୍ରେମ ସଭିଙ୍କ ମନରେ ଆପେ

ଆସିଜାଏ,

ପିଲା ମାନେ ଭାରତ ମାତା ର ଜୟ କାର କରି ବୁଲନ୍ତି।

ଆମେ ସ୍ୱାଧୀନ ଭାରତର ନାଗରିକ ସଭିଏଁ ଗରବେ କୁହନ୍ତି,

ଦେଶ ଜାତିର ଆମେ ସରବେ ଟେକ 

ରଖିବା।

ଆମରି ମହାପୁରୁଷଙ୍କୁ ନିଜ ଆଦର୍ଶ ମାନିବା,

ଆମ ଜାତୀୟ ପତାକା ଆମ ଜାତୀୟ

ଗୌରବ ମନେ ରଖିବା।

ଦେଶ ପ୍ରେମ ଆମ ଭିତରେ ରଖି 

କତ୍ତବ୍ୟ ପଥରେ ରହିବା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics