STORYMIRROR

Sadananda Pratihari

Inspirational Others

2  

Sadananda Pratihari

Inspirational Others

ସ୍ୱାଧୀନ ଭାରତ

ସ୍ୱାଧୀନ ଭାରତ

2 mins
65


ଆସିଗଲେ ଅଗଷ୍ଟ ପନ୍ଦର

ଆମ ହୃଦୟ ଆଗ୍ନେୟଗିରିରୁ ଦେଶପ୍ରେମ ବହ୍ନି ହୋଇ ଉଦ୍ଗିରଣ

ଶରୀରର ପ୍ରତିଟି ଶିରାପ୍ରଶିରାରେ ଖେଳାଇଦିଏ ଶିହରଣ,

ଆଣେ କମ୍ପନ, ନବ ଉନ୍ମାଦନା ଆଉ ନବ ଜାଗରଣ,

ଦେଶପ୍ରେମ ଭକ୍ତିଭାବ ଧାରାରେ ହୋଇ ଉଦବୁଦ୍ଧ, ଉତ୍ଫୁର୍ଲିତ

ଉଡାଉ ଆମେ ତ୍ରିରଙ୍ଗା ଧ୍ବଜା ଉଚ୍ଚସ୍ଵରେ ଦେଇ ସ୍ଲୋଗାନ

ବନ୍ଦେ ମାତରମ

ଭାରତ ମାତାକି ଜୟ

ମେରା ଭାରତ ମହାନ ଆଦି ଜୟ ଜୟକାର ଧ୍ୱନିରେ

କରୁ ଚତୁଃର୍ଦିଗ ପ୍ରକମ୍ପିତ ।


ଖୁସିରେ ହୋଇଯାଉ ବିଭୋର ଆଉ ଆତ୍ମହରା,

ମିଷ୍ଟାନ ବଣ୍ଟନ, ଭୋଜିଭାତର ଆୟୋଜନ ସାଙ୍ଗକୁ ସଭା ସମିତିରେ ଦେଇଥାଉ ଓଜସ୍ୱିନୀ ଭାଷଣ

ଏ ଦେଶର ପୂର୍ବସୂରୀ, ସହିଦ ସଂଗ୍ରାମୀ, ଦେଶପ୍ରେମୀ, ଦୁର୍ଦ୍ଧର୍ଷ ବୀର ଆଉ ବୀରାଙ୍ଗନା ମାନଙ୍କର ସଂଘର୍ଷମୟ ଜୀବନ କାହାଣୀ ଆଉ

ଲୋମଟାଙ୍କୁରା ହୃଦୟ ବିଦାରକ ଦୃଶ୍ୟର କରିଥାଉ ଅବତାରଣା ସମବେତ ଜନତାଙ୍କ ଆଗରେ,

ଯେଉଁମାନେ ଜୀବନକୁ ବାଜି ଲଗାଇ ଇଂରେଜ ମାନଙ୍କ ବିରୁଦ୍ଧରେ ହୋଇଥିଲେ ମୁକ୍ତି ସଂଗ୍ରାମର ସାରଥୀ,

ଲହୁ ଲୁହାଣ ହୋଇ ମୁକ୍ତି ଯଜ୍ଞରେ ଜୀବନକୁ ଦେଇଥିଲେ ଜଳାଞ୍ଜଳି, ଆତ୍ମାହୁତି,

ସେହି ମାନଙ୍କ ବିଷୟରେ ବଖାଣିବସୁ ଛୁଟାଇ ପ୍ରଶଂସାର ସୁଅ ।


ଆଉ ଗର୍ବରେ ଆମେ ଫାଟିପଡ଼ି କହୁ:

ଆମେ ସ୍ୱାଧୀନ, ମେରା ଭାରତ ମହାନ,

କିନ୍ତୁ, ହୋଇ ଅନ୍ତର୍ମୁଖୀ କଲେ ଆତ୍ମନିରୀକ୍ଷଣ

ହେବ ନିଶ୍ଚେ ଆମ ଅନ୍ତର୍ଦାହ ଜାଣି ପ୍ରକୃତ କାରଣ,

ତେଣୁ ଥରେ ବନ୍ଧୁ କର ଆତ୍ମନିରୀକ୍ଷଣ,

ଯେଉଁ ଭାରତ ମାତାର କୋଳେ ଜନ୍ମନେଇ

ବୀରାଙ୍ଗଂନା ରାଣୀ ଲକ୍ଷ୍ମୀବାଇ, ମହିୟସୀ ନାରୀ ସରୋଜିନୀ ନାଇଡ଼ୁ ଆଉ ପର୍ବତ ଶିଖର ଛୁଇଁ ଥିବା ସ୍ୱନାମଧନ୍ୟା ନାରୀ ।


ବଚେନ୍ଦ୍ରୀ ପାଲ ଏ ଦେଶର ଗର୍ବ ଆଉ ଗୌରବ,

ସେହି ସ୍ୱାଧୀନ ଦେଶର ନାରୀଟିଏ ଘରୁ ଗୋଡ଼ କାଢ଼ି

ଏକୁଟିଆ ରାତ୍ରକାଳେ ବାହାରକୁ ଯିବାପାଇଁ ମନରେ

ସାହସ ଯୁଟାଇ ପାରେନାହିଁ କାହିଁକି?

କାହିଁକି, ସେ କ'ଣ ମୁକ୍ତଆକାଶର ବିହଙ୍ଗ ଭଳି ଏକୁଟିଆ ବିଚରଣ କରିପାରିବ ନାହିଁ ଖୁସିରେ?

ନା, ସେ ସନ୍ଦିହାନ, ଏକୁଟିଆ ଗଲେ ହୁଏ ତ, ସେ ଫେରି ନପାରେ ଘରକୁ ନିରାପଦରେ, ଆଉ କାମାନ୍ଧ ଯୁବକ ମାନଙ୍କର ହୋଇ ପାରେ ଯୌନ ଲାଳସାର ଶିକାର,

ତେବେ ସ୍ୱାଧୀନତା ରହିଲା କେଉଁଠି?

ଏ କ'ଣ ସ୍ୱାଧୀନତା ପ୍ରତି ଉପହାସ ନୁହେଁକି?

ଆଇନ ଥାଇ ମଧ୍ୟ ହୁଏ ପ୍ରତିଦିନ କନ୍ୟା ଭୃଣ ହତ୍ୟା,

ଛୋଟ ପିଲାଟିଏ ଯିଏ ପାଠ ପଢ଼ା ବୟସରେ ନହୋଇ ସ୍କୁଲମୁହାଁ, ଯାଏ କର୍ମକ୍ଷେତ୍ରକୁ ବାଧ୍ୟହୋଇ କରିବାକୁ ରୋଜଗାର ।


ଦୂର, ଅପହଞ୍ଚ ଇଲାକାରେ ତଥାପି ଦୃଶ୍ୟମାନ ଶିକ୍ଷା, ସ୍ୱାସ୍ଥ୍ୟ ଅବ୍ୟବସ୍ଥାର କରାଳ ଛାୟା,

ତେବେ କେଉଁ ଅସ୍ମିତାକୁ ନେଇ ଗର୍ବରେ ଆମେ ଛାତି ଫୁଲାଇ

କହିବା ଆମେ ସ୍ୱାଧୀନ, ଆମେ ମହାନ,

ତେଣୁ ନକରି ବିଳମ୍ବ ଚାଲ ହେବା ସଚେତନ

ଦେବାପାଇଁ ଗୁଣାତ୍ମକ ଶିକ୍ଷା ଆଉ ନିସ୍ଵାର୍ଥ ସ୍ୱାସ୍ଥ୍ୟ ସେବାରେ ମନ,

ପ୍ରତିଟି କ୍ଷେତ୍ରରେ ହେଲେ ସିନା ଉନ୍ନତି ବିଧାନ

କହିବା ଗର୍ବରେ ଆମେ ଛାତିକି ଫୁଲାଇ

ଆମେ ସ୍ୱାଧୀନ

ମେରା ଭାରତ ମହାନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational