ରୂପସୀ ଅନନ୍ୟା
ରୂପସୀ ଅନନ୍ୟା
ଆଜି କାଇଁ ପ୍ରିୟା ମନହୁଏ ସତେ,
କରିବାକୁ ତୋର ରୂପ ବର୍ଣ୍ଣନା ।
ପ୍ରେମ ଅଭିଧାନ ପାଠକରି ତବ,
ହେବାକୁ ପାଗଳ ଦିୱାନା ।। [୧]
ତୋ ରୂପ ବର୍ଣ୍ଣନା କରିବାକୁ ପ୍ରିୟା,
ନାହିଁତ ମୋ ପାଖେ ଉପମା/ଗହଣା ।
ଭାଷା ପାଉ ନାହିଁ ତୋ ତୁଳନା ପାଇଁ,
ତୁମେ ହିଁ ତ ତୁମ ତୁଳନା ।। [୨]
ସ୍ବର୍ଗର ତୁମେ ଅପସରି ଅବା,
ମର୍ତ୍ତ୍ୟର ଦୀପ୍ତି-ଜୋଛନା ।
ରୂପରେ ଗୁଣରେ ପରିପୂର୍ଣ୍ଣା ତୁମେ,
ପ୍ରିୟା ମୋ ରୂପସୀ ଅନନ୍ୟା ।। [୩]
ତୁମ ହସ ଦେଖି ଚାନ୍ଦ ଈର୍ଷାକରେ,
ରାଗରେ ବାଦଲେ ଲୁଚି କି ରହେ ।
ଲୁଚିଛପି ସେ ଯେ ତୋ ରୂପକୁ ଚାହେଁ ,
ହେବାକୁ ତୋପରି ରୂପସୀ କନ୍ଯା ।। [୪]
ତୁମ ସ୍ପର୍ଶ ପାଇଁ ମେଘ ଯେ ଆତୁର,
ଖୁସିରେ ଝରଇ କରି ଚହଳ ।
ମେଘର ମହ୍ଳାର ପ୍ରମାଣିତ କରେ,
ତୁମ ପାଇଁ ସେ ଯେ କେତେ ପାଗଳ ।। [୫]