Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ରୂପ ଯୌବନ ଦୁଇ ଦିନିଆ

ରୂପ ଯୌବନ ଦୁଇ ଦିନିଆ

1 min
333



ଗରବ କରୁଛ ମନରେ କାହିଁକି

ରୂପ ଯୌବନକୁ ନେଇ।

ସବୁଦିନ ତୁମ ରୂପ ଯଉବନ

ଏପରି ରହିବ ନାହିଁ ।


ରୂପ ଯୌବନ ଦୁଇ ଦିନିଆ ସେ

ମନରେ ରଖ ତୁମର ।

କାଲି କଥା କହ ଆଜିକି ଅଛି କି

ଏ ଜୀବନ ତ ନଶ୍ବର ।


ହରେ ସବୁ କାଳ କାଳ ରୂପ ହୋଇ

ଏକଥା ଗଲ କି ଭୂଲି ?

ଧନ ଜନ ଯଉବନ ଏ ସକଳ

ମାୟା ମରୀଚିକା ଖାଲି ।


ଭୂପ ଯଉବନ ଆଜି ଯାହା ଅଛି

କାଲିକି ତା ନରହିବ ।

ବୟସ ବଢିବ ଆୟୁଷ ଛିଡିବ

ବୃଦ୍ଧ ଅବସ୍ଥା ଆସିବ ।


ରୋଗ ବ୍ଯାଧି ହେବ ଯଉବନ ଯିବ

ଜୀର୍ଣ୍ଣ ଶୀର୍ଣ୍ଣ ହେବ ଦିନେ ।

ଗରବ କରୁଛ ସୁରୂପକୁ ଦେଖି

କୁରୁପ ହୋଇବ ଦିନେ ।


ଅଢେଇ ଦିନକୁ ବଡେଇ ନକର

ରୂପ ଯୌବନକୁ ନେଇ।

ସବୁଦିନ ଏହା କେବେ ନରହିବ

ଗରବ ନକର କେହି ।


ପ୍ରଭୁ ପଦେ ପ୍ରୀତି ରଖି ଦିଅ ମତି

ତାହାଙ୍କର ଶ୍ରୀପୟରେ ।

ରଖ ସଦା ମନ ଜପ କର ନାମ

ଧ୍ୟାନ କର ହୃଦୟରେ ।



Rate this content
Log in

Similar oriya poem from Inspirational