STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରୂପ - ଭିକ୍ଷା

ରୂପ - ଭିକ୍ଷା

1 min
13.6K


ମାୟାଧର ମାନସିଂହ


ଶୀତାନ୍ତେ ଅତ୍ୟନ୍ତ ସ୍ନେହେ ବୃଦ୍ଧା ଧରଣୀରେ

କେ ପୁଣି ଯୌବନ-ବର୍ଣ୍ଣେ କରଇ ଚିତ୍ରିତ,

ଅଣୁ ଅନ୍ତରୀକ୍ଷ ଯାଏ ଅଦୃଶ୍ୟ ତୂଳିରେ

ହସାଏ ପ୍ରକୃତି କରି ବର୍ଣ୍ଣେ ଶବଳିତ ।।

ଯୁଗ-ଯୁଗ ଧରି କେଉଁ ମହା ଚିତ୍ରକର

ମାଟିକି ଖଚଇ ଶ୍ୟାମ ଶସ୍ୟର ବସନେ ?

କୁସୁମେ କରାଏ ବର୍ଣ୍ଣ-ଗନ୍ଧ-ଜରଜର

ଆଲୋକ ଛାୟାର ଛବି ଚିତ୍ରଇ ଗଗନେ ?

ବିରାଟ ବିଶ୍ୱର କେଉଁ ଅବଜ୍ଞାତ କୋଣେ

ପଡ଼ିଛି ମୁଁ ଅନାଦୃତ ଝଡ଼ା ପତ୍ର ପରି,

ଧ୍ୟାଉଛି ସେ ଚିତ୍ରକରେ ମଉନେ ସ୍ବପନେ,

ରଞ୍ଜିବ ମୋ ରୂପ ଦେହ,କାଳେ ଅବତରି ।।

ନିଜ ସଭାଗୃହ ନିତ୍ୟ ନିଜେ ଯେ ସଜାଏ

ତହିଁ ଯିବା ଦୀନତାରେ, ସାହସ ନ ପାଏ ।।


ସମାପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics