Binodini Dash

Inspirational

4  

Binodini Dash

Inspirational

ରୁଚୁ ନରୁଚୁ ଖାଇବୁ ପିତା

ରୁଚୁ ନରୁଚୁ ଖାଇବୁ ପିତା

1 min
4



ପିତା ଖାଦ୍ୟଟି ଦେହକୁ ହିତ

ମାନି ପିଲେ ଏ ଗିର

ରୁଚୁ ନରୁଚୁ ଖାଇବୁ ପିତା

ମନରେ ଥିର କର ।


ପାଟିକୁ ସିନା ଲାଗେନି ଭଲ

ଆମ ଶରୀର ମିତ

ଦେହ ଭିତରେ ଏ ଧୀରେଧୀରେ

ଅଶେଷ ରୋଗ ହତ ।


ବୁଝ ନବୁଝ ଗୀତା ପଠନ

ଆଣେ ପରିବର୍ତ୍ତନ 

ସେପରି ପିତା ଖାଦ୍ଯାଭ୍ୟାସରେ

ବଦଳି ଯାଏ ମନ ।


କଲରା, ନିମ, ପିତାଶାଗାଦି

ଆମରି ପରିବେଶେ

ରହିଛି ଯେତେ ଆହାର ସାଥେ

କେଡ଼େ ସୁନ୍ଦର ବାସେ ! 


ଗୁଣିଆ ସମ ଗୁଣକୁ ଚିହ୍ନି

କରିବା ବ୍ୟବହାର

ରୋଗରେ ପଡ଼ି କେବେ ହେଁ କେହି

ହେବାନି ହରବର ।




Rate this content
Log in

Similar oriya poem from Inspirational