STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ନ)

ରତ୍ନାକର ଚଂପୂ (ନ)

1 min
242

ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ - ସିନ୍ଧୁକାମୋଦୀ

ନାହିଁ ନାହିଁ ନିଖିଳ ଜଗତେ ଗୋ ନ ଦିଶଇ ଉପମାନ,

ନବ ନୀରଦ ନୀଳମଣି ଅତସୀଶ୍ୟାମ ସୁନ୍ଦର ସମାନ ଗୋ (ପଦ)

ନିରେଖିଥାଉ ଅ ନଗରେ ଯେ ନିତି ବରତରୁଣଙ୍କ ଶିରୀ,

ନୟନକୁ ଲେଶେ ନ ରୁଚଇ ତ ସେ ନୂଆ ନାଗରଙ୍କ ପରି (1)

ନତନୁ ନିବହ ଭଳି ଯେବେ ଦେହ ନାନା ବିଳାସ ରହିବ,

ନଳୀନ ପେଶଳ ତା ଚରଣ ତଳ ନିଉଁଛାଳି ଭଳି ହେବ (2)

ନତନୋହିବ କୁଳଜାତ ନବୋଢା ନ ରସି ପଶିବ କାହିଁ,

ନକ୍ଷତ୍ରନାଥ ନିକୁରମ୍ବବିଜୟ ସନ୍ନଦ୍ଧ ସ୍ରୀମୁଖ ଚାହିଁ (3)

ନର୍ମେ ମର୍ମଭେଦୀ ଚିଲ୍ଲୀ ଚାରୁଚାପ ନଚାଇ ଯାଅଇ ସେହି ,

ନିଃଶେଷ ତ ବାଲ୍ୟ ନୋହିବାରେ ତୁଲ୍ୟ ତାର ଲୋକେ ନାହିଁ କେହି (4)

ନିନ୍ଦିଲେ ନିନ୍ଦିବେ ନରେ ପଛେ ଏବେ ନିଶ୍ଚୟ କହୁଛି ଜାଣ,

ନ ଚୁମ୍ବିଲେ ତାର ମଧୁର ଅଧର ନ ଠୁରଇ ମୋ ପ୍ରାଣ (5)

ନୋହିବୁ ଯେବେ ତୁ ଏ ଘଟନା ହେତୁ ତୋ ନାମେ ତେଜିବି ଦେହ,

ନିୟମକରି କହୁଛି କବିରବି ଏଥୁ ନ ଘେନ ସନ୍ଦେହ (6)

କବିସୂର୍ଯ୍ୟ ବଳଦେବ ରଥ


Rate this content
Log in

Similar oriya poem from Classics