STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଘ)

ରତ୍ନାକର ଚଂପୂ (ଘ)

1 min
405



ରାଗ - ରେଗୁପ୍ତ

ଘନକେଶାରେ ଘେନ ଏତେ ଗିର ମୋର ସୁସାରେ (ପଦ)

ଘସ୍ରନାଥକନ୍ୟାକୂଳବସା ରେ,ଘୋଣାଗ୍ରେ କିଶୋର ଶ୍ୱାସ ପ୍ରସାରେ (1)

ଘୋରତର କାମକାତିଭୂଷାରେ, ଘାଣ୍ଟିହେଉଅଛି ଦିବାନିଶାରେ (2)

ଘଟସ୍ତନା ତୁ ଏ କଷ୍ଟଦଶାରେ,ଘନାଶ୍ଳେଷେ ରଖ ଯଶ ସଂସାରେ (3)

ଘାରି ହେଉଅଛି ଏ ଦୁର୍ଦ୍ଦଶାରେ, ଘୋରି ହୋଇ ଯାଉଛି ସେ ରସାରେ (4)

ଘୋଟି କାମତମ ପ୍ରତିଦିଶାରେ, ଘୁମାର ଅଛିଟି ରସାଳସା ରେ (5)

ଘଡିଏ ଶ୍ରୀଯୁଗଳ ପ୍ରଶଂସାରେ, ଘଟାଇଲେ କବି ରବି ଭାଷାରେ(6)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics