STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚଂପୂ (ଡ)

ରତ୍ନାକର ଚଂପୂ (ଡ)

1 min
442


ରତ୍ନାକର ଚଂପୂ

ଚୌପଦୀ ରତ୍ନାକର

ରାଗ - କାନନ ଗୌଡା   

ଡାକିଲା କୋକିଳା ଲୀଳା - ସୂନ - ଉପବନରେ

ଡମରୁରୁଚିରମଧ୍ୟା ଖେଳିଲା ମୋ ମନରେ (ପଦ)

ଡାଳଳୋଳ ବିଶଳୟ, କରେ କରି ଅଭିନୟ,

ନାଚିଲା ବଲ୍ଲରୀଚୟ ଚନ୍ଦନ ପବନରେ (1)

ଡଗରା ବୁଲୁଛି ସ୍ମର, ବିଷାଲ ବିଷମ ଶର,

ଧରିଛି ପରାଗ -ଗର- ଘୁଁ - ବାକ ଜୀବନରେ (2)

ଡାଳିମ୍ବ ବୀଜ ରଦନା, ଏ ଦିନେ ହୋଇ ବିମନା,

କଲା ତ ଉତ୍ସବ ମନା ଲତିକା ଭବନରେ (3)

ଡିମ୍ଭଚକିତ କୁରଙ୍ଗନୟନାର ନିକି

 ଭୃଙ୍ଗ- ଉନ୍ମାଦ -ରବ ତରଙ୍ଗ ପଡୁନାହିଁ କାନରେ (4)

ଡରୁ ନାହିଁ କି ସେ ଭୀରୁ,

ସ୍ମରକର- କରତରୁ କବିରବି ରାୟଗୁରୁ ରଚିଲେ କବନରେ (5)


କବିସୂର୍ଯ୍ୟ ବଳଦେବ ରଥ



Rate this content
Log in

Similar oriya poem from Classics