ରତ୍ନାକର ଚଂପୂ (ବ)
ରତ୍ନାକର ଚଂପୂ (ବ)
ରତ୍ନାକର ଚଂପୂ
ଚୌପଦୀ ରତ୍ନାକର
ବ
ରାଗ ରେଗୁପ୍ତ
ବନ୍ଧୁ ମୋ କାହୁଁ କିସ ଶୁଣିଲା ରେ, ବିଷ ତୁଟିଲା ରେ,
ବଚନ ନ କହିଲା ବିନୟ ନ ସହିଲା,
କି ହେଲା ମହିଳା ବର ରୁଷି ରହିଲା ରେ (ପଦ)
ବସନ୍ତକାଳ, ବିଛେଦରେ ଏକାଳ ବହଇ ମଳୟା ନଳ,
ବିପକ୍ଷ ସଙ୍ଗରେ ତ ଗଣିଲା ରେ (1)
ବାଳାବର ସେ, ବେଳେ ମୋରେ ନ ରୁଷେ,
ବିବେକ ନ କରି ଲେଶେ, ବିଳସିବାର ହରଷେ,
ବରଜି ଏ ଦୁର୍ଯୋଗ କଣିଲା ରେ (2)
ବିଡିଆ ବିଡି, ବଢାଇଲି ସଜାଡି
ବାତ୍ସଲ୍ୟପୀୟୁଷ ଇଡି, ବସିଲା ଶ୍ରୀମୁଖ ମୋଡି,
ବକ୍ରନୀଳ କଞ୍ଜକୁ ଜିଣିଲା ରେ (3)
ବିକଳ ହୋଇ ବହୁ ଅଶ୍ରୁ ବୁହାଇ ବଦନ
ବିଧି ନୁଆଇଁ , ବରତୁଳସ୍ତନେ ଥୋଇ,
ବରୁଣାଦ୍ରୀଚନ୍ଦ୍ରକୁ ଟାଣିଲା ରେ (4)
ବିଅର୍ଥେ ଦିନ ବଞ୍ଚାଉ ଅଛି ମୋ ଧନ,
ବିଷମ ଏ ଯଉବନ ବିଜୁଳି ଠାରୁ ଜବନ,
ବଳଦେବ କବୀନ ଭଣିଲା ରେ (5)
କବିସୂର୍ଯ୍ୟ ବଳଦେବ ରଥ
