STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଖ)

ରତ୍ନାକର ଚମ୍ପୂ (ଖ)

1 min
426


ରାଗ - ତୋଡି ପରଜ

ଖଳାଖଞ୍ଜରୀଟଦୃଶା, ମୋ ବନ୍ଧୁ.

ଖଟାଅ ମୋତେ ତା ବେହରଣଫୁଲ ଖଟତଳେ ଦିବାନିଶା (ପଦ)

ଖିଲାଇ ମାତ୍ରକ ବିନ୍ଦୁମିତ ମଧୁ ବନ୍ଧୁକବନ୍ଧୁଅଧରୁ,

ଖିଆଲରସପ୍ରସଙ୍ଗ ସଙ୍ଗିନୀ ଙ୍କ ଗଣେ ମୋତେ ଜଣେ କରୁ (1)

ଖମଣୀମଣ୍ଡଳ ଅସ୍ତ ହେବା କାଳ ଜଗି କୋକ ଜାଗରୁକ,

ଖଞ୍ଜୁଥିବି ସୂନ ସଜନା ମଣ୍ଡନ ମଣ୍ଡୁ ମୋ ଅଙ୍କ ପଲଙ୍କ (2)

ଖିଲ ଖିଲ କରି ଖୁଆଇବି ଶିରୀମୁଖେ କର୍ପୂର ବିଡିଆ,

ଖଲି ମୃଗମଦ ଚିତ୍ରିବି ପ୍ରମୋଦଦତ୍ତରେ ଉରଜ ନଡିଆ (3)

 ଖଣ୍ଡ ସହୋଦର ମଧୁର ତା ଗିର ବରତନ ବୋଲି ଭାବି,

ଖୁଣ ନଥିବାର ଅଲକତସାର ଚିତ୍ର ପଦେ ଲେଖୁଥିବି (4)

ଖଟା ଲେଶ ଚିତ୍ତେ ନରଖି ଲଳିତେ ଘେନାଅ ବାଳାପୁରତେ,

ଖରାପ  ନୁହେଁଟି ପରଉପକୃତି କବିରବି ବୋଲେ ଗୀତେ (5)

କବି ସୂର୍ଯ୍ୟ ବଳଦେବ ରଥ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics