STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୧

Classics

3  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ରତ୍ନାକର ଚମ୍ପୂ (ଛ)

ରତ୍ନାକର ଚମ୍ପୂ (ଛ)

1 min
448

ରତ୍ନାକର ଚମ୍ପୂ

(ଚୌପଦୀ ରତ୍ନାକର)


(7)


ସଖୀ

ରାଗ – ଶଙ୍କରାଭରଣ- ଆଠତାଳି


ଛାଡରେ ସଖି, ମନରୁ ତ୍ରାସ ରେ,

ଛାର ମାର ଆଉ କରିବ କିସ ରେ(ଘୋଷା)

ଛାଇପରି ରେ ତୋତେ ଅନୁସରି

ଛାମୁରେ ଥିବ ବଲ୍ଲଭ ତୋହରି (1)

ଛନ୍ଦି ବାହୁ ଜାନୁ .ଯ଼ୁଗଳେ ତୋତେ

       ଛାତିପରେ ଭିଡି ମାତିବ ରତେ(2)

ଛିଡିଗଲେ ଭିଡିବାର ତୋହର

ଛଳ ନକରି ବୁଝି ରାମାବର(3)

ଛଟକାକ୍ଷୀ ନବ ନାଗରୀରାଜ

ଛଡାଇବ ଟି ଆଜ ତୋତେ ଲାଜ (4)

ଛପି ଗଲାନି ଦିବାକର ଦ୍ୟୁତି

ଛଦ୍ମ ନୁହଁ ଜଗଦେବ ଭାରତୀ (5)




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics